ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା , ସଟ ଡାଉନ ଆମାନିଆଙ୍କୁ ଆଠ ହଜାର ଟଙ୍କା ଫାଇନ

0
410

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତରେ ସଟ ଡାଉନ ନିୟମକୁ ଉଲଂଘନ କରୁଥିବା ଆମାନିଆଙ୍କ ଠାରୁ ସରପଞ୍ଚ ଶାନ୍ତିଲତା ନାୟକ ଜିଲ୍ଲାପାଳ କ୍ଷମତ ପ୍ରୟୋଗ କରି ମଇ ୧୩ ତାରିଖ ଦିନ ୮ ହଜାର ଟଙ୍କା ଫାଇନ ଆଦାୟ କରିଥିବା ଜଣା ପଡ଼ିଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ସରପଞ୍ଚ ମାନଙ୍କୁ ଜିଲ୍ଳାପାଳ କ୍ଷମତା ପ୍ରଦାନ କରିବା ପରେ ରାଜ୍ୟରେ ପ୍ରଥମ ପଞ୍ଚାୟତ ଭାବେ ମାଣିତରା ସରପଞ୍ଚ କରୋନା ମୁକାବିଲା ପାଇଁ ଗତ ମଇ ୮ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ୨୦ ଘଣ୍ଟିଆ ସଟ ଡାଉନ ଘୋଷଣା କରିଥିଲେ। ଅଧିକାଂଶ ବ୍ୟକ୍ତି ସଟ ଡାଉନକୁ ସମର୍ଥନ କରି ଆଇନକୁ ସମ୍ମାନ ଦେଉଥିବା ବେଳେ କେତକ ଆମାନିଆ ଆଇନ ଉଲଂଘନ କରୁଥିବା ଦେଖାଯାଇଥିଲା। ଫଳରେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ଠାରୁ ଅର୍ଥ ଦଣ୍ଡ ଆଦାୟ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା। ଆମାନିଆଙ୍କୁ ସାବାଡ଼ କରିବା ପାଇଁ ମଇ ୧୩ ତାରିଖ ଦିନ ମାଣିତରା ପଞ୍ଚାୟତର ମକରାପଲ୍ଲୀ ଛକ ଠାରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ସରପଞ୍ଚ ପ୍ରତିନିଧି ବବୁଲ ନାୟକ, ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ, ସ୍ବେଚ୍ଛାସେବୀ ଅଟଳ ବିହାରୀ ସାହୁ, ସୁଶାନ୍ତ କୁମାର ଲେଙ୍କା, ଅନିଲ କୁମାର ବେହେରା ପ୍ରମୁଖଙ୍କ ସମେତ ମାଣିତରା ଦାୟିତ୍ୱରେ ଥିବା ପୋଲିସ ମିଳିତ ଭାବେ ୨ ଟି ଟ୍ରାକ୍ଟର ଠାରୁ ୧୦୦୦ ଟଙ୍କା, ୩୦ ଟି ବାଇକ ଚାଳକଙ୍କ ଠାରୁ ୬୦୦୦ ଟଙ୍କା ଓ ୫ ଜଣ ମାସ୍କ ପିନ୍ଧିନଥିବା ଯୋଗୁଁ ୧୦୦୦ ଟଙ୍କା, ଏହିପରି ମୋଟ ୮୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ସହ ଯେଉଁ ପରିମାଣର ଜରିମାନା ଟଙ୍କା ଆଦାୟ କରାଯିବ ସେସବୁ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here