ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
240

ବୁଗୁଡା(ନ୍ୟୁଜଏକ୍ସଟ୍ରା)ବୁଗୁଡା ପିପୁଲସ କଲେଜର ଇଂରାଜୀ ଅଧ୍ୟାପକ ସୁଦର୍ଶନ ସ୍ୱାଇଁଙ୍କୁ ଏପ୍ରିଲ ୩୦ ତାରିଖ ଦିନ କଲେଜ କର୍ମଚାରୀ ସଙ୍ଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜ ଅଧ୍ୟକ୍ଷ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ କଲେଜ କର୍ମଚାରୀ ସଙ୍ଘ ସମ୍ପାଦକ ଅକ୍ଷୟ କୁମାର ସାହୁ, ସହସମ୍ପାଦକ ସୁଶାନ୍ତ କୁମାର ସାହୁ, କ୍ରିଷ୍ଣା ରାଓ ପାତ୍ର, କିଶୋର କୁମାର ପଣ୍ଡା, ଯୁଗଳ କୁମାର ଜେନା, ପ୍ରଦୀପ କୁମାର ଦାଶ, ହିମାଂଶୁ ଶେଖର ରଥ ଓ ରାମକୃଷ୍ଣ ନାୟକ ପ୍ରମୁଖ ଆଜି ଅବସର ଗ୍ରହଣ କରିଥିବା ଇଂରାଜୀ ଅଧ୍ୟାପକ ସୁଦର୍ଶନ ସ୍ବାଇଁଙ୍କ ଗୁଣଗାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଅବସର କାଳୀନ ସମୟ ଶାନ୍ତିରେ କାଟିବକୁ କାମନା କରି ଡକ୍ଟର ଜୟରାମ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here