ବାଇକ୍ ଦୁର୍ଘଟଣା, ୩ ଆହତ, ଜଣେ ଗୁରୁତର

0
482

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଆଜି ଅପରାହ୍ନରେ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ନିକଟସ୍ଥ ଜଗତେଶ୍ଵର ମନ୍ଦିର ନିକଟ ରାସ୍ତାରେ ଏକ ବାଇକ୍ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବଡ ଖଇରଖମା ଗ୍ରାମର ୩ ଜଣ ଯୁବକ ଚିତ୍ରସେନ ଜେନା, ସୁନୀଲ ସାହୁ ଓ ତପନ ଜେନା ଏକ ହୀରୋ ସ୍ପ୍ଲେଣ୍ଡର ମଟର ସାଇକେଲରେ ବସି ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ l ଏମାନଙ୍କ ମଧ୍ୟରୁ ଚିତ୍ରସେନ ଜେନାଙ୍କ ହାତ ଭାଙ୍ଗି ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି l ସମସ୍ତଙ୍କୁ ସୁମଣ୍ଡଳ ମେଡିକାଲରେ ଭର୍ତ୍ତି କରାଯାଇଛି l

LEAVE A REPLY

Please enter your comment!
Please enter your name here