ପ୍ରେମଜନୀତ କାରଣ ସନ୍ଦେହ;ମହିଳାଙ୍କ ମୃତ ଦେହ ଉଦ୍ଧାର

0
355

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗେଟଵଜାର ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ,ମୃତ ମହିଳା ଜଣକ ଗେଟ ବଜାର ପଞ୍ଚାନନ ନଗରର ରଶ୍ମୀ ମେହେର(୩୨) ବୋଲି ଜଣାପଡିଛି । ଗତ କାଲି ବିଳମ୍ବିତ ରାତିରେ ମହିଳା ଜଣକ ନିଜ ଘରେ ତିନିଟି ପିଲାଙ୍କୁ ଧରି ଶୋଇଥିଲେ କିନ୍ତୁ ଆଜି ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଏହି ମୃତ୍ୟୁ ପ୍ରେମଜନୀତ କାରଣରୁ ହୋଇଥିବା ଏବଂ ରଶ୍ମିଙ୍କ ଭାଇ ନିଜ ଭଉଣୀକୁ ହତ୍ୟା କରିଥିବା ନେଇ ପୋଲିସକୁ ଏତଲା ଦିଆଯାଇଥିଲା । ଖବର ପାଇ ଏସଡିପିଓ ବିଷ୍ଣୁ ପତି ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ରଶ୍ମିଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିବା ପରେ ରଶ୍ମିଙ୍କ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହକରି ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଥିବା ବେଳେ ସେ ନିଜ ଘରେ ପିଲାମାନଙ୍କୁ ଧରି ଏକାକୀ ରହୁଥିଲେ ।

LEAVE A REPLY

Please enter your comment!
Please enter your name here