ମାତୃଦିବସ ଅବସରରେ ଗଜପତି ଏସପି ସମ୍ବର୍ଦ୍ଧିତ

0
391

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ମାତୃଦିବସ ଅବସରରେ ଗଜପତି ଏସପି ସାରା ଶର୍ମାଙ୍କୁ ପାରଳାଖେମୁଣ୍ଡି ୱାର୍ଡନଂ ୪ର ମହିଳାମାନେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ୱାର୍ଡରେ ଥିବା ଲକ୍ଷ୍ମୀ ନଗରର ମହିଳାମାନେ ଗତକାଲି ମାତୃଦିବସ ପାଳନ କରିବା ସହ ମହାମାରୀ କରୋନା କବଳରୁ ଗଜପତି ବାସୀଙ୍କୁ ରକ୍ଷା କରିବା ପାଇଁ ମହିଳା ଯୋଦ୍ଧା ରାଣୀ ଲକ୍ଷ୍ମୀ ବାଇ ଭଳି ଲଢେଇକରୁଥିବା ଏସପିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମା ଭଳି ଜନ ସାଧାରଣଙ୍କୁ ଦିବା ରାତ୍ର ସେବା ଓ ସୁରକ୍ଷା ପ୍ରଦାନ କରିବା ସହ କରୋନା କବଳରୁ ରକ୍ଷା କରିବା ପାଇଁ ବିଭିନ୍ନ ଜନସଚେତନତା ପଦକ୍ଷେପ ଗ୍ରହଣ କରିଥିବା ଗଜପତି ଏସପି ସାରା ଶର୍ମାଙ୍କ ସମେତ ଅନ୍ୟ କେତେକ ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଲକ୍ଷ୍ମୀ ନଗରର ମହିଳାମାନେ ସମ୍ବର୍ଦ୍ଧିତ କରିଥିଲେ । ମହିଳାମାନେ ଏସପିଙ୍କ ସମେତ ଅନ୍ୟ ମହିଳା ପୋଲିସ କର୍ମଚାରୀଙ୍କୁ ମିଷ୍ଟାନ୍ନ ଖୁଆଇବା ସହ ପୁଷ୍ପଗୁଚ୍ଛ ଦେଇ ବନ୍ଦାପନା କରି ସମସ୍ତଙ୍କ ଦୀର୍ଘାୟୁ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here