ବେଲଗୁଣ୍ଠା ବ୍ଲକ ରେ ନୁଆ ବିଡିଓଙ୍କ ଯୋଗଦାନ :ମାସ୍କ, ସାନିଟାଇଜର ଦେଇ ସ୍ୱାଗତ କଲେ ଅଧ୍ୟକ୍ଷା

0
366

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା/ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ରେ ନୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଶଶିଭୁଷଣ ମହାପାତ୍ର ଆଜି ଯୋଗଦାନ କରିଛନ୍ତି ।ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବେଲଗୁଣ୍ଠା ତହସିଲଦାର ତଥା ବିଡିଓ ସରୋଜ କୁମାର ବେହରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଶ୍ରୀ ବେହେରା ବ୍ଲକ ର ଅନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ନୁଆ ବିଡିଓ ଶ୍ରୀ ମହାପାତ୍ରଙ୍କୁ ପରିଚୟ କରାଇ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।ବୈଠକରେ ବେଲଗୁଣ୍ଠା ବ୍ଳକ୍ ରେ କରୋନାର ସାଂପ୍ରତିକ ସ୍ଥିତି ବିଷୟରେ ତହସିଲଦାର ଓ ଅନ୍ୟମାନଙ୍କ ଠାରୁ ପଚାରି ବୁଝିବା ସହ ଏହି ବ୍ଲକ ବର୍ତ୍ତମାନ କରୋନାର ହଟସ୍ପଟ୍ ହୋଇଥିବା ବେଳେ ସମସ୍ତେ ମିଶି କରୋନା ବିରୁଦ୍ଧରେ ଲଢିବା ପାଇଁ ଶ୍ରୀ ମହାପାତ୍ର ସହଯୋଗ କାମନା କରିଥିଲେ ।ପରେ ବେଲଗୁଣ୍ଠା ଫଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସମିତି ଅଧ୍ୟକ୍ଷା ଆରତୀ ସେଠୀ ନୁଆ ବିଡିଓଙ୍କୁ ଉପଢୌକନ, ମାସ୍କ, ଓ ସାନିଟାଇଜର ଦେଇ ସ୍ୱାଗତ କରିଥିଲେ ।ତାହା ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା କିଛି ଜନ ପ୍ରତିନିଧିଙ୍କ ସହ ପରିଚୟ କରାଇଥିଲେ ।ଶ୍ରୀ ମହାପାତ୍ର ବେଲଗୁଣ୍ଠା ବ୍ଳକର ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନଙ୍କ ସହଯୋଗ ଲୋଡିଥିଲେ । ଶ୍ରୀ ମହାପାତ୍ର ଓଡିଶା ପ୍ରଶାସନିକ ସେବା ୨୦୧୭ ବ୍ୟାଚ୍ ର ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକରେ ବିଡିଓ ଭାବେ ତାଙ୍କର ପ୍ରଥମ ନଯୁକ୍ତି ବୋଲି ପ୍ରକାଶ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ପ୍ରତିନିଧି କେ.ରବୀନ୍ଦ୍ର ପାତ୍ର,ଏ.ବି.ଡି.ଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ,ଯୋଗାଣ ନୀରିକ୍ଷକ ସୁବ୍ରତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଫଟୋ

LEAVE A REPLY

Please enter your comment!
Please enter your name here