ଯୁବକଙ୍କୁ ହତ୍ୟା ଉଦ୍ୟମ

0
512

କୁକୁଡାଖଣ୍ଡି:(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ):ପୁଣି ଅଶାନ୍ତ ହୋଇଛି ସଦର ଥାନା ଅନ୍ତର୍ଗତ ରୋହିଗାଁ।ପୂର୍ବରୁ ବହୁ ହତ୍ୟାକାଣ୍ଡ ହେବା ପରେ ଏହା ଅଶାନ୍ତ ସହ ଚର୍ଚ୍ଚାରେ ରହୁଥିବା ବେଳେ ପୁଣି ଶନିବାର ରାତ୍ର ୭ଟାରେ କୌଣସି କାରଣ ପାଇଁ ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ଶନ୍ୟାସି ଜେନାଙ୍କ ସାନ ଭାଇ ପୂର୍ଣ୍ଣ ଜେନାକୁ କିଛି ଦୁବୃତ୍ତ କାତିରେ ହାଣିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ରେ ଭତ୍ତି କରାଯାଇଛି।ପ୍ରାୟ କିଛି ବର୍ଷ ପୁର୍ଣ କୁକୁଡାଖଣ୍ଡି ବ୍ଲକରୁ ଗ୍ରାମକୁ ଫେରିବା ବେଳେ ଏଆରଏସଏସ ନିକଟରେ ଖଣ୍ଡାରେ କିଛି ଦୁର୍ବୁତ୍ତ ଆକ୍ରମଣ କରିଥିଲେ।ପରେ ତାଙ୍କ ବଡ ଭାଇ ଅଶୋକ ଜେନା କୁ ୩ବର୍ଷ ପୂର୍ବେ ହତ୍ୟା କରିଥିଲେ ବିରୋଧୀ । ପୁର୍ଣ ରାତ୍ରରେ ବିଲରେ କାମ ସାରି ଫେରୁଥିବା ବେଳେ କିଛି ଦୃବୁତ ତାଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ କାନ୍ଧରେ ଦୁଇ ଚୋଟ ପଡିଥିବା ସୂଚନା ମିଳିଥିବା ବେଳେ ତାଙ୍କ ବିପଷ ଗୋଷ୍ଟୀ ଏହା କରିଥିବା ପରିବାର ବର୍ଗ କହିଛନ୍ତି ।ଏନେଇ ପୋଲିସ ପାଖେ ଖବର ଥିବା ବେଳେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here