ସୁରତରୁ ଓଡିଶା ଆସିବାକୁ ଥିବା ଟ୍ରେନ ବାତିଲ

0
386

ସୁରତ:ସୁରତରୁ ପ୍ରବାସୀ ଓଡିଆଙ୍କୁ ଧରି ଆସନ୍ତା କାଲି ଆସିବାକୁ ଥିବା ୩ଟି ଟ୍ରେନକୁ ଆଜି ବାତିଲ କରି ଦିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ସୁରତରୁ ଆସିବାକୁ ଥିବା ଟ୍ରେନକୁ ଓଡିଶା ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି । ଓଡିଶା ସରକାର ମନା କରିବା ଫଳରେ ଗୁଜୁରାଟ ସରକାର ଟ୍ରେନକୁ ବାତିଲ କରିଛନ୍ତି । ଏନେଇ ସୁରତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବର୍ତ୍ତମାନ ଲକ ଡାଉନ ସମୟରେ ଟ୍ରେନ ଆସିବା ପାଇଁ ରାଜ୍ୟ ସରକାର ଅନମୁତି ଦେଇନାହାନ୍ତି । ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି । ଓଡିଶା ଓ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା କାଲି ୩ଟି ଟ୍ରେନ ଓଡିଶା ଆସିବାର ଥିଲା । ରାଜ୍ୟ ସରକାର ଯେଉଁ ଅନୁମତି ଦେଇଥିଲେ , ତାକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ଓଡିଶା ସରକାର ଏହି ପଦକ୍ଷପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here