ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର।

0
625

ବେଗୁନିଆପଡ଼ା; ୨୫/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ବରିଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ସଂପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜାଗିଲିପଦର ବିଦ୍ୟାଳୟର ଶିକ୍ଷୟିତ୍ରୀ ନନ୍ଦିନୀ ରାଣୀ ବେହେରା ଓ ବି. ନୂଆଗାଁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିପିକା ଭୋଇ ଯୋଗଦେଇ ବିଦ୍ୟାଳୟର 50ଜଣ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ସଂପର୍କିତ ବିଭିନ୍ନ କୌଶଳ ସମ୍ପର୍କିତ ତାଲିମ ଦେଇଥିଲେ l ଗୁରୁବାର ଦିନ ଏହି ଶିବିରର ଉଦଯାପନୀ ଉତ୍ସବରେ ଅମରେଶ୍ବର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା, ସି. ଆର୍. ସି. ସି ଲକ୍ଷ୍ମୀଧର ସେଠୀ, ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ଵାଇଁ, ପ୍ରଧାନ ଶିକ୍ଷକ ସୁରଜିତ୍ ବିଶୋୟୀ ଯୋଗଦେଇ ଆଜିକାଲି ସାମାଜରେ ନାରୀର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଶିବିର ଗତ 17 ତାରିଖରୁ ଚାଲିଥିଲା l ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here