କଙ୍କଡା ସୁପ

0
818

ପ୍ରସ୍ତୁତି ସାମଗ୍ରୀ – ୪ ଟା ମାଧ୍ୟମ ଆକାରର କଙ୍କଡା ,୨ ଟା ପିଆଜ , ଦେଢ଼ ସେମି ଅଦା ,୬ ପାଖୁଡା ରସୁଣ ,୨ଟା ଗୁଜୁରାତି ,୨ଟା ତେଜପତ୍ର ,୨ ଟେବୁଲ ଚାମଚ କର୍ଣ୍ଣଫ୍ଲାବର ପାଉଡର ,୧ ଟେବୁଲ ଚାମଚ ବଟର , ୨ଟବୁଲ ଚାମଚ ଟମାଟ ସସ , ୧ ଚାମଚ ଗୋଲମରିଚ ଗୁଣ୍ଡ ,ଡାଲଚିନି ।

ପ୍ରଣାଳୀ – କଙ୍କଡାକୁ ଭଲଭାବରେ ସଫାକରି ଧୋଇ ଦିଅନ୍ତୁ । ତାକୁ ପିସ ପିସ କରି ୮ କପ ପାଣିରେ ଲୁଣ ଦେଇ ସିଝାଇ ଦିଅନ୍ତୁ । ସେଥିରେ ଅଦା,ରସୁଣ,ପିଆଜ ବଟା , ଗୁଜୁରାତି , ଡାଲଚିନି ପକାଇ କମ ନିଆଁ ଦେଇ ସିଝାଇବେ । ଯେତେବେଳେ ୮ କପ ପାଣିରୁ ୬ କପ ହେଇଯିବ, ତାକୁ ବାହାର କରି ଦିଅନ୍ତୁ କଙ୍କଡ଼ାର ମାଂସ ବାହାର କରିଦିଅନ୍ତୁ। କର୍ଣ୍ଣଫ୍ଲାବର ପାଉଡରକୁ ଅଧା କପ ପାଣିରେ ମିଶାଇ ସୁପରେ ପକାଇ ଦିଅନ୍ତୁ । ଟମାଟ ସସ , ବଟର ଓ ଗୋଲମରିଚ ଗୁଣ୍ଡ ମିଶାଇ ସୁପ ଓଲ୍ହାଇ ନେଇ ଗରମ ଗରମ ଖାଇବାକୁ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here