କୁମ୍ଭଝରୀରେ ଦେଶୀ ମଦ ଚଢ଼ାଉ ୫୫୦୦ ଲିଟର ଜବତ,ଜଣେ ଗିରଫ

0
411

କୁକୁଡ଼ାଖଣ୍ଡୀ(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ):ନକଲି ମଦପାଇଁ ସାରା ଦୁନିଆ ଏକ ପ୍ରକାର ବାଉଳା ସ୍ତିତିକୁ ଚାଲିଆସିଲାଣି I ରାଜ୍ୟ ବାହାରେ ବିଭିନ୍ନ ମଦ ଦୋକାନ ସାମ୍ନାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଚି I ସାରାରାଜ୍ୟରେ ମଦ ଦୋକାନ ଲକ ଡାଉନ ନ ସରିବା ପର୍ଯ୍ୟନ୍ତ ଖୋଲିବ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଧେଶ ଦେଇଛନ୍ତି I କିନ୍ତୁ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ଅଧୀନରେ ଦିନକୁ ଦିନ ନକଲି ବିଷାକ୍ତ ମଦର ମାତ୍ରା ବଢ଼ିବାରେ ଲାଗିଚି, ଜଣେ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ କହିବା ମୁତାବକ ଗୁଡ଼ ଓ ପିଡିଆ ମିଶ୍ରିତ ମଦ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତି କାରକ ଏବଂ ସେହି ପ୍ରକାର ମଦ ବହୁଳ ପରିମାଣରେ ପ୍ରସ୍ତୁତ ହୋଇଥିବାରୁ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ରହିଚି I ଯାହାଫଳରେ ଆଦିବାସୀ ଅଧୁସିତ ପାହାଡ଼ ତଳି ଅଞ୍ଚଳ ଗୁଡିକରେ ଚଢ଼ାଉକୁ ଜୋରଦାର କରାଯାଉଛି I ଏହି ଦେଢ଼ମାସ ମଧ୍ୟରେ ପାଖାପାଖି କେବଳ ବ୍ରହ୍ମପୁର-୨ ବିଭାଗ ଅଧୀନରେ ଥିବା କୁକୁଡାଖଣ୍ଡି ଅଞ୍ଚଳରୁ ୨୦୦୦୦ ଲିଟରରୁ ଅଧିକ ପରିମାଣର ମଦ ଜବତ ହେଲାଣି I ମଙ୍ଗଳବାର କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନେତୃତ୍ବରେ ଅବକାରୀ ବିଭାଗ ଏକ ଟିମ ଉପର କୁମ୍ଭଝରୀ ଆଞ୍ଚଳରେ ଚଢ଼ାଉ କରି ୫୩୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ଜବତ କରିଥିବାବେଳେ ୧୫୦ ଲିଟର ନକଲି ମଦ ଜବତ କରିଥିଲା I ଏବଂ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଚି ବିଭାଗ I ଅନ୍ୟପକ୍ଷରେ ପାଖାପାଖି ୭୦ ରୁ ଅଧିକ ପ୍ଲାଷ୍ଟିକ ବେରାଲ ସାଙ୍ଗକୁ ମଦ ପ୍ରସ୍ତୁତ କାରି ସାମଗ୍ରୀ ଜବତ କରାଯାଇଛି I ନିଜକୁ ସୁରକ୍ଷା ଦେବାପାଇଁ ବହୁ ସ୍ଥାନରେ ମଦ ପ୍ରସ୍ତୁତିବେଳେ ଲୋକ ମାନେ ମାରଣାସ୍ତ୍ର ଧରି ଜାଗୁଥିବାର ମଧ୍ୟ ଦେଖିବାକୁ ମିଳିଚି I

LEAVE A REPLY

Please enter your comment!
Please enter your name here