ଆକୁଂଶପୁର ମୁଖ୍ୟ ରାସ୍ତା ବ୍ୟାରିକେଟ।

0
349

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ):ବିଭିନ୍ନସ୍ଥାନରୁ କୁକୁଡାଖଣ୍ଡି ବ୍ଲକକୁ ଆସିଛନ୍ତି ୫୧୬ ଜଣ ପ୍ରବାସି ଓଡିଆ।ପ୍ରଶାସନ ତରଫରୁ ସେମାନକୁଂ ସଗଂରୋଧ କେନ୍ଦ୍ର ରେ ରଖାଯାଇଛି।ଗଂଜାମ ଜିଲ୍ଲାରୁ ପୁଣି ଗୋଟିଏ କରୋନା ରୋଗୀ ବାହାରିଛି କେଉଁଠୁ ବାହାରିଛି କିଛି ସ୍ପଷ୍ଟ ହୋଇନାହିଁ।ଅନ୍ୟପଷେ ବ୍ଲକର ଆକୁଂଶପୁର ଗ୍ରାମର ମୁଖ୍ୟ ରାସ୍ତା କୁ ସୋମବାର ବ୍ୟାରିକେଟ କରାଯାଇଛି। ବ୍ୟାରିକେଟ ପରେ ଅଞଳବାସୀ ଭୟଭୀତ ହେବା ସହ ସେମାନକଂ ଚିନ୍ତା ବଢିଯାଇଛି। ଆକୁଂଶପୁର ପୁରୁଷୋତ୍ତମ ହାଇସ୍କୁଲ ରେ ସୁରତ ଫେରନ୍ତା ପ୍ରବାସୀ ଓଡିଆ ରହୁଥିବାରୁ କେନ୍ଦ୍ର ସମ୍ମୁଖ ରାସ୍ତା କୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଆକୁଂଶପୁର ସଗଂରୋଧ କେନ୍ଦ୍ରରେ ପ୍ରବାସୀ ରହୁଥିବା ବେଳେ ସେମାନକଂ ମଧ୍ୟରୁ ୧୧,କୁକୁଡାଖଣ୍ଡି ରୁ ୨ଟି,ବାଲିପଡାରୁ ମଧ୍ୟ ରକ୍ତ ନମୁନା ପରୀଷା ପାଇଁ ପଠାଯାଇଛି। ସୋମବାର ଦଷିଣାଞଳ ଆରଡିସି ଟି.ଆଓ ବ୍ଲକର ବିଭିନ୍ନ ସଗଂରୋଧ କେନ୍ଦ୍ର ପରିଦଶନ କରିଥିଲେ।ପ୍ରବାସୀ କଂ ସ୍ବାସ୍ଥ୍ୟବସ୍ଥା ଯାଞ କରିଥିଲେ ଡାକ୍ତରୀଦଳ। ବିଡିଓ ଗଦାଧର ପାତ୍ର, ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର ବିଭିନ୍ନ ସଗଂରୋଧକେନ୍ଦ୍ର ବୁଲି ତଦାରଖ କରୁଛନ୍ତି।

LEAVE A REPLY

Please enter your comment!
Please enter your name here