ବେଲଗୁଣ୍ଠା କୁ ଚାରିଦିନରେ ସୁରତରୁ ଫେରିଲେଣି ୧୧୮୭ ପ୍ରବାସୀ ।

0
310

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ସରକାର କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଫେରାଇଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋ କରି ସହଯୋଗ ଲୋଡିଛନ୍ତି ।ଏଣୁ ଅନ୍ୟ ରାଜ୍ୟ ସରକାର ମାନେ ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡିଶା ଫେରିବା ପାଇଁ ଅନୁମତି ଦେଇଛନ୍ତି ।ଫଳରେ ବର୍ତ୍ତମାନ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟିବାରେ ଲାଗିଛି ।ସବୁଠାରୁ ଅଧିକ ଓଡ଼ିଆ ଗୁଜୁରାଟର ସୁରତର ରହୁଥିବାରୁ ସୁରତରୁ ବହୁ ଓଡ଼ିଆ ଓଡ଼ିଶା ଆସିଛନ୍ତି ।
ବେଲଗୁଣ୍ଠା ବ୍ଳକ୍ ଓ ଏନ୍.ଏ.ସି କୁ ସୁରତରୁ ୧୧୮୭ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ବସ୍ ରେ ଓ ଟ୍ରେନ୍ ରେ ଆସି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ସରକାରୀ ସୁତ୍ରରୁ ପ୍ରକାଶ ।ଗତ ଚାରିଦିନ ମଧ୍ୟରେ ୨୧ ଟି ବସ୍ ଯୋଗେଁ ୧୮ ଟି ପଞ୍ଚାୟତ ଓ ଏନ୍.ଏ.ସି କୁ ପ୍ରବାସୀ ଓଡ଼ିଆ ମାନେ ଆସିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରଙ୍କ ନିର୍ଦ୍ଦେଶାନୁସାରେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଲଗୁଣ୍ଠା ଗୋଷ୍ଠୀ।ଚିକିତ୍ସା ଅଧିକାରୀ ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ ପ୍ରକାଶ କରିଛନ୍ତି ।ସମସ୍ତଙ୍କୁ ପଞ୍ଜିକରଣ କରାଯାଇ ପ୍ରସ୍ତୁତ ହୋଇ ରହିଥିବା ସଙ୍ଗରୋଧ ଗୃହକୁ ପର୍ଯ୍ୟାୟ କ୍ରମେ ରଖାଯାଇଛି ।ଗତ ୨ ତାରିଖରେ ତିନୋଟି ବସ୍ ରେ ୧୬୮ଜଣ ପ୍ରବାସୀଙ୍କୁ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ରଖାଯାଇଛି ।୩ ତାରିଖରେ ୧୧ଟି ବସ୍ ଯୋଗେ ୪୨୯ଜଣ ଆସିଥିବା ବେଳେ ବେଲଗୁଣ୍ଠା ଜି.ଟି ହାଇସ୍କୁଲରେ ୧୬୨,ଧୁମୁଛାଇରେ ୬୦,ଇଙ୍ଗିନାଠିରେ ୧୬୪,ଇନ୍ଧନପୁର ୧୫,ଆମ୍ବପୁଆ ୬୧,ଲୁଣିପଡା ସନ୍ଧାନ ପବ୍ଲିକ ସ୍କୁଲ ୫୭ ଜଣ ଆସିଛନ୍ତି ।ସେହିପରି ୪ ତାରିଖରେ ୧୦ଟି ବସ୍ ରେ ୪୦୯ଜଣ ବଡ ସାଦେରା ରେ ୬୨,ଇନ୍ଧନପୁରଠାରେ ୧୧,ଗାଙ୍ଗପୁର ଠାରେ ୭୪,ଖଇରପୁଟି ୫,ଲୁଣିପଡା ସନ୍ଧାନ ପବ୍ଲିକ ସ୍କୁଲ ୨୫,ଆମ୍ବପୁଆ ପଞ୍ଚାୟତ ପଥରାପଲୀଠାରେ ୨୯,ଚଢିଆପଲ୍ଲି ଠାରେ ୩୦,ମଙ୍ଗଳପୁର ପଞ୍ଚାୟତ ଜିଲିବାଠାରେ ୩୬,ବଡପଡା ଠାରେ ୭୯ ଓ ବଡବୋରସିଂଠାରେ ୫୮ଜଣ ଆସିଥିବା ଜଣାପଡିଛି ।ଆଜି ତଥା ୫ ତାରିଖରେ ୩ ଟି ବସ୍ ରେ ୧୮୧ ଜଣ ଆସି ଥିବା ବେଳେ ସେମାନଙ୍କ ମଧ୍ୟରୁ ଉଢୁରା ଫଞ୍ଚାୟତ ସୁତୁମୁସର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୯୫,ଜି ନୁଆଗାଁ ବିଦ୍ୟାଳୟରେ ୭୩,ଧୁମୁଛାଇ ସ୍କୁଲରେ ୫ ଓ ପଥରାପଲୀ ଠାରେ ୮ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚି ସଙ୍ଗରୋଧରେ ରହିଛନ୍ତି ।ସେହିପରି ତିନି ଦିନ ମଧ୍ୟରେ ଖଇରପୁଟି ପଞ୍ଚାୟତର ୬ଜଣ ଓ କ୍ଷତ୍ରିୟ ବରପୁର ପଞ୍ଚାୟତର ଦୁଇଜଣ ୮ଟି ମୋଟରସାଇକଲ୍ ରେ ଆସି ନିଜ ପଞ୍ଚାୟତର ସଙ୍ଗରୋଧ ଗୃହରେ ରହିଥିବା ଜଣାପଡିଛି ।ବ୍ଳକ୍ ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।ବି.ଡି.ଓ ତଥା ତହସିଲଦାର ସରୋଜ କୁମାର ବେହେରା ,ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ଗାଙ୍ଗପୁର ଥାନଧିକାରୀ ଧିରେଶ କୁମାର ଦାସ, ଡି.ଏସ୍.ପି ସଞ୍ଜୟ କୁମାର ମହାପାତ୍ର, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ, ଡାଃ ସରୋଜ ପ୍ରଧାନ, ଡାଃ ଜ୍ଞାନରଞ୍ଜନ ମହାପାତ୍ର, ଡାଃ ଜଗନ୍ନାଥ ପତି,ଡାଃ ସୃତିବିଜିତ ରଥ ପ୍ରମୁଖ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର କୁ ଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ତଦାରଖ କରିଛନ୍ତି ।
ଫଟୋ

LEAVE A REPLY

Please enter your comment!
Please enter your name here