କ୍ୱାରେଣ୍ଟାଇନରେ ଥିବା ଲୋକଙ୍କୁ ଜଗିବ ‘ସ୍ୱସ୍ଥ ଆପ୍’

0
389

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ଟାଉନ୍ ହଲ୍ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଓ ବିଇଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ‘ସ୍ୱସ୍ଥ ଆପ୍’ ଉଦ୍ଘାଟନ କରିଛନ୍ତି । ମହାମାରୀ କରୋନାର ଅଧିକ ସଂକ୍ରମଣ ରୋକିବା ପାଇଁ ବୈଷୟିକ ଜ୍ଞାନର ଉପଯୋଗ ଅପରିହାର୍ଯ୍ୟ । ବର୍ତ୍ତମାନ ଓଡ଼ିଶାରେ ଟେସ୍ଡ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ବଜାର ଉପଯୋଗୀ ନୂଆ ଆପ୍ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛି । ଏହି ‘ସ୍ୱସ୍ଥ ଆପ୍’ ଇନିଷ୍ଟିଚ୍ୟୁଟ୍ନାଲ୍ ଏବଂ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ସନ୍ଦିଗ୍ଧ ଓ ସଂକ୍ରମିତଙ୍କ ଗତିବିଧି ଠାବ କରିବାରେ ବ୍ୟବହାର କରାଯାଇପାରିବ । ହଜାର ହଜାର ସଂଖ୍ୟାରେ ଆସୁଥିବା ପ୍ରବାସୀଙ୍କ ଗତିବିଧିକୁ ସରକାରୀ କାର୍ଯ୍ୟାଳୟରେ ରହି ଅନୁଧ୍ୟାନ କରାଯାଇପାରିବ । ଏହାର ନିୟନ୍ତ୍ରଣ କ୍ଷମତା ଜିଲ୍ଲା ପ୍ରଶାସନ ହାତରେ ରହିବ ଏବଂ ସ୍ୱାସ୍ଥ୍ୟକର୍ମୀ ଏହି ଆପ୍ର ଅନୁଧ୍ୟାନକାରୀ ଓ ତଥ୍ୟ ସଂଗ୍ରହକାରୀ ଭୂମିକାରେ ରହିବେ । ସେଥିପାଇଁ ସଙ୍ଗରୋଧ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଏବଂ ପ୍ରଶାସନ ଏହାକୁ ସମାନ୍ତରାଳ ଭାବେ ବ୍ୟବହାର କରିବେ । ସଙ୍ଗରୋଧରେ ରହିବାକୁଥିବା ବ୍ୟକ୍ତି ଏହି ଆପ୍କୁ ମୋବାଇଲ୍ରେ ଇନ୍ଷ୍ଟଲ୍ କରି ନିଜ ଜାଣତରେ ପ୍ରଶାସନକୁ ନିଜର ସମୟୋପଚିତ ଗତିବିଧିର ତଥ୍ୟ ଏବଂ ସୂଚନା ପ୍ରଦାନ କରିବେ । ସେମାନଙ୍କର ବାସ୍ତବିକ୍ ଅବସ୍ଥାନ ଏବଂ ଏକ ନିର୍ଦ୍ଦିଷ୍ଟ ପରିସୀମା(ଘର) ମଧ୍ୟରେ ସେମାନଙ୍କର ଗତିବିଧିକୁ ଡିଜିଟାଲି ସୀମିତ କରାଯାଇପାରିବ । ମୋବାଇଲ୍ ସେହି ଲୋକେସନ୍ରୁ ଯଦି ୨୫ମିଟର ଦୂରକୁ ଯିବେ ତାହେଲେ ବିଏମ୍ସିରୁ ଫୋନ୍ ଆସିବ । ସଙ୍ଗରୋଧ ପ୍ରକିୟାକୁ ନିଶ୍ଚିତ କରିବା ଏବଂ ମାନି ଚଳିବା ପାଇଁ ପ୍ରଶାସନ ପକ୍ଷରୁ ଏହି ଆପ୍ ଜରିଆରେ ବିଭିନ୍ନ ଟାସ୍କ ଦିଆଯିବ । ଯେତେବେଳେ ପ୍ରଶାସନ ପକ୍ଷରୁ ସଙ୍ଗରୋଧରେ ଥିବା ସ୍ମାର୍ଟଫୋନ୍କୁ ଯୋଗାଯୋଗ କରାଯିବ, ସେତେବେଳ ଉକ୍ତ ବ୍ୟକ୍ତି ଜଣକ ନିଜ ମୋବାଇଲରୁ ସେଲ୍ଫି ଉଠାଇ ପ୍ରଶାସନ ନିକଟକୁ ପଠାଇବାକୁ ବାଧ୍ୟ । ଅଥବା ସଙ୍ଗରୋଧ ଆଇନ୍ ଭଙ୍ଗ କରୁଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆପ୍ଲିକେସନ୍ ଡିଲିଟ୍ କରାଯାଏ କିମ୍ବା ଲୋକେସନ୍ ସେୟାରିଂ ବନ୍ଦ ହୋଇଯାଏ ତେବେ ତାଙ୍କ ମୋବାଇଲ ଫୋନକୁ ସ୍ୱ୍ୱୟଂଚାଳିତ କଲ କରାଯିବ । ପ୍ରଥମ ଦିନରେ ସମସ୍ତ ଅଶା କର୍ମୀ, ଏଏନ୍ଏମ୍ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଆପ୍ ସମ୍ପର୍କରେ ତାଲିମ୍ ଦିଆଯାଇଛି । ବିଇଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋଡଙ୍କ କହିବା ଅନୁଯାୟୀ ସହରାଞ୍ଚଳରେ ଏହାର ଉପଯୋଗ ସଫଳ ହେବ ଓ ପ୍ରଶାସନକୁ ଏହାର ଫାଇଦା ମିଳିପାରିବ ।

LEAVE A REPLY

Please enter your comment!
Please enter your name here