କରୋନାରେ ଗରିବଙ୍କୁ ସହାୟ ହୋଇଛନ୍ତି ସ୍ୱେଛାସେବୀ ସଙ୍ଗଠନ ସେଣ୍ଟର ଫର ୟୁଥ ଏଣ୍ଡ ସୋସିଆଲ ୱଏଲଫେର

0
366

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭଳି ମହାମାରୀରେ ଲୋକଙ୍କ ଦୁଃଖ କହିଲେ ନ ସରେ । ତେବେ ଏଭଳି ପରିସ୍ଥିତିରେ ବହୁତ ଗରିବ ଶ୍ରେଣୀର ଲୋକେ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି । ଆଉ ଏହି ପରିସ୍ଥିତିରେ କିଛି ସ୍ୱେଛାସେବୀ ସଙ୍ଗଠନ ଗରିବ ଗୁରୁବାଙ୍କ ଦୁଃଖ ଦୁର୍ଦ୍ଧସାକୁ ହୃଦୟଙ୍ଗମ କରି ସହାୟତାର ହାତ ବଢ଼ାଉଥିବା ଦେଖିବାକୁ ମିଳୁଛି । ତେବେ ଏହିପରି ଏକ ସ୍ୱେଛାସେବୀ ସଙ୍ଗଠନ ହେଲେ ବ୍ରହ୍ମପୁର ସହରର ସେଣ୍ଟର ଫର ୟୁଥ ଏଣ୍ଡ ସୋସିଆଲ ୱଏଲଫେର । ଏହି ସ୍ୱେଛାସେବୀ ସଙ୍ଗଠନ ଆଜି ୫୦୦ ପ୍ୟାକେଟ ଶୁଖିଲା ଖାଦ୍ୟ ବିଜିପୁର ବାଉରୀ ସାହି,ଗାନ୍ଧିନଗର ମୋତି ହୋଟେଲ ଛକ,ଲୋଚାପଡ଼ା ରେଡ଼ିଓ ଷ୍ଟେସନ ନିକଟରେ ଥିବା ଗରିବ ପରିବାରଙ୍କୁ ବଣ୍ଟନ କରିଥିଲେ । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ମଧ୍ୟ ଏଭଳି ସହାୟତା ଦେବେ ବୋଲି ଏହି ସ୍ୱେଛାସେବୀ ସଙ୍ଗଠନର ସଭ୍ୟମାନେ କହିଛନ୍ତି । ଏହି ସଙ୍ଗଠନର ସଭ୍ୟମାନେ ହେଲେ ସଚିନ ପଣ୍ଡା,ଦୁର୍ଗା ପ୍ରସାଦ ସାହୁ,ଗୌରୀ ସାହୁ,ସ୍ୱାଧୀନ ପାତ୍ର,ହରି ପାତ୍ର,ଗଣେଶ ପାତ୍ର,ସନ୍ତୋଷ ବେହେରା,ନାରାୟଣ ନାୟକ ଓ ଅବନୀ ସାହୁ ପ୍ରମୁଖ ଏହି କାର୍ଯ୍ୟରେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here