ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

0
373

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ କରୋନା ନମିତ୍ତ ଲକଡାଉନରେ ଭଞ୍ଜନଗର ସହର ତଥା ଆଖ ପାଖ ଅଞ୍ଚଳରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ, ନିରାଶ୍ରୟ ଲୋକ ,ପାଗଳ, ଭିକାରୀ ଓ ବୁଲା କୁକୁର, ଗୋରୁ ଗାଇ ଆଦିଙ୍କୁ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଗଣ ବୁଲି ବୁଲି ଠାବ କରିବା ପରେ ରନ୍ଧାଖାଦ୍ୟ ପ୍ରଦାନ କରିଛନ୍ତି । ସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ, ସଂପାଦକ ସନ୍ତୋଷ ଜେନା, ଉପଦେଷ୍ଟା ଶୂଳପାଣୀ ଶତପଥୀ, ଉପସଭାପତି ନେତାଜୀ ବିଷୋୟୀ,ସହ ସଂପାଦକ ଗୁରୁମୁର୍ତ୍ତୀ ନାୟକ
,ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜି,ଜଗବନ୍ଧୁ ଜେନା, ପଦ୍ମନାଭ ପ୍ରଧାନ, ସନ୍ତୋଷ ତିଆଡି,କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ,ରବି ନାରାୟଣ ମାହାନ୍ତି, ସୁରେଶ ଚନ୍ଦ୍ର ସ୍ବାଇଁ, ,ଚିନ୍ମୟ କୁମାର ବେବର୍ତା, ପବିତ୍ର ମୋହନ ପ୍ରଧାନ, ଗୋକୁଳ ଚନ୍ଦ୍ର ଶତପଥୀ, ଅଜିତ ତ୍ରିପାଠୀ, ରାମ ଚନ୍ଦ୍ର ହୋତା, ଅଜିତ ଶତପଥୀ ,ଜୋତ୍ସ୍ନା ଦେବୀ, ଗଙ୍ଗାଧର ଦାଶପ୍ରମୁଖ ଙ୍କ ଉପସ୍ଥିତିରେ ଏହି ରନ୍ଧା ଖାଦ୍ୟ ସ୍ଥାନୀୟ Helping Hand ସ୍ବେଚ୍ଛାସେବୀଙ୍କ ଜରିଆରେ ଭ୍ରାମ୍ୟମାଣ ଗାଡି ଦ୍ବାରା ଚକରା ବିଷୋୟୀ ଛକ, ବସ ଷ୍ଟାଣ୍ଡ , ଏନ୍. ଏ. ସି ଅଫିସ ପରିସର ଓ ପରେ ନିଧିଆପଲ୍ଲୀ ଠାରେ ଅଟକି ରହିଥିବା ନିରାଶ୍ରୟ ଲୋକଙ୍କୁ ଏହି ଖାଦ୍ୟ ,ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା । ଏହି ମାହାମାରୀ କରୋନା ଦାଉରୁ ଲୋକଙ୍କ ସୁରକ୍ଷା ପାଇଁ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ର ସଦସ୍ୟଗଣ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଟ. 10000 (ଦଶ ହଜାର) ପ୍ରଦାନ କରିବା ସହ ଏହି ମହା ବିପତ୍ତି କବଳରୁ ଲୋକଙ୍କୁ ଉଦ୍ଧାର ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା ।ଏହି ଅବସରରେ ରେଞ୍ଜର ଅନୁପମ ବାନାର୍ଜି ଲୋକଙ୍କୁ ଫେସ ମାସ୍କ ବଣ୍ଟନ କରିଥିଲେ। ସମସ୍ତ ସଦସ୍ୟ ଲୋକଙ୍କୁ ଘରେ ରହି ଏହି କରୋନା ଯୁଦ୍ଧରେ ବିଜୟୀ ହେବାପାଇଁ ଜନ ସଚେତନତା ସୃଷ୍ଟି କରିଥିଲେ ।

LEAVE A REPLY

Please enter your comment!
Please enter your name here