ସୁରତ ସହରରୁ ବସ୍ ଯୋଗେ ଗଂଜାମ ଜିଲ୍ଲା ପୋଲସରା କଳମ୍ବକୁ ଆସିଲେ ୫୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ।

0
325

ପୋଲୋସରା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ସୁଦୂର ସୁରତ ସହରରୁ ଅଢ଼େଇ ଦିନର ଯାତ୍ରା କରି ଆଜି ଅପରାହ୍ନ ୨ଟା ରେ ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତକୁ ଗୋଟିଏ ବସ୍ ରେ ସର୍ବାଧିକ ୫୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ନିଜ ଗାଁରେ ଆସି ପହଞ୍ଚିଛନ୍ତି । ଗତ ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ଲକ୍ ଡାଉନ୍ ଯୋଗୁଁ ସୁରତ ସହରରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନିଜ ଖର୍ଚ୍ଚରେ ଦୁଇ ଦିନ ଯାତ୍ରା କରି ସୁରତ ସହରରୁ ସମୂହ ଗୋଟିଏ ବସ୍ ରେ ଆସି ଗଂଜାମ ଜିଲ୍ଲାର ନିଜ ଗାଁ କଳମ୍ବର ୪୯ଜଣ ଥିବା ବେଳେ ଘୋଡାପଲାଣ ଗ୍ରାମର ୩ଜଣ ଖଣ୍ଡୁରୁ ଗ୍ରାମର ୨ଜଣ ଏବଂ କବିସୂର୍ଯ୍ୟନଗର Aବରିଡା ଓ ବାଉଁଶୀଆ ଗ୍ରାମର ଜଣେ ଲେଖାଏଁ ଓଡ଼ିଆ ପ୍ରବାସୀ ଥିଲେ । ସୁରତରୁ ଆସିଥିବା ସମସ୍ତ ୫୬ ଜଣଙ୍କୁ କଳମ୍ବ ପଞ୍ଚାୟତ ଥିବା କ୍ବାରେନଣ୍ଟାଇନ ହୋମ୍ କୁ ନିଆ ଯାଇଥିଲା । ପ୍ରବାସୀ ଓଡ଼ିଆ ମାନେ ନିଜ ଗାଁ କୁ ଫେରିବାକୁ ନେଇ ପୋଲସରା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରିକି କ୍ବାରେନଣ୍ଟାଇନ ରେ ନେବା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇ ୧୪ ଦିନ ପାଇଁ କ୍ବାରେନଣ୍ଟାଇନ ରଖାଯିବା ସହ ସମସ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ବୋଲି କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ସୂଚନା ପ୍ରଦାନ ।

LEAVE A REPLY

Please enter your comment!
Please enter your name here