ଅବସର ନେଲେ ଘୋଡାପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ

0
461

ବୁଗୁଡା(ନ୍ୟୁଜଏକ୍ସଟ୍ରା ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଘୋଡାପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭାକର ଗୌଡ଼ ଏପ୍ରିଲ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ଶ୍ରୀ ଗୌଡ଼ ପ୍ରଥମେ ଭଗବାନପୁର ସ୍କୁଲରେ ୧୯୯୦ ମସିହାରେ ନିଯୁକ୍ତି ପାଇ ୨୦୨୦ ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିଲେ। ମଇ ୧ ତାରିଖରେ ବୁଗୁଡା ବିଇଓ ରସାନନ୍ଦ କର,ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ଗୌଡ଼ଙ୍କୁ ପେନସନ ପତ୍ର ପ୍ରଦାନ କରି ଅବସର ସମୟ ଶାନ୍ତିରେ କଟିବାକୁ କାମନା କରିଥିଲେ। ଶ୍ରୀ ଗୌଡ଼ଙ୍କୁ ପେନସନ ପତ୍ର ଦେବା ସମୟରେ ଏବିଇଓ ପୀତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ମୁଖ୍ୟ କିରାଣୀ ନଗେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ସାମାଜିକ ଦୂରତା ରକ୍ଷା କରି ଏହି ସମୟରେ ବାହାରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ ଓ ସମ୍ପାଦକ ନଗେନ୍ଦ୍ର ଷଡଙ୍ଗୀ ଉପସ୍ଥିତ ରହି ଶ୍ରୀ ଗୌଡ଼ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here