ବୁଗୁଡା ବ୍ଲକର ସୁରାଟ ଫେରନ୍ତାଙ୍କ ଲମ୍ବା ତାଲିକା

0
386

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ବ୍ଲକର ବହୁ ଶ୍ରମିକ ସୁରାଟର ବିଭିନ୍ନ କକାରଖାନାରେ କାମକରି ପେଟ ପୋଷୁଥିବା ବେଳେ କରୋନା ପାଇଁ ଲକ ଡାଉନ ଯୋଗୁଁ ସମସ୍ତେ କାମଧନ୍ଦା ହରାଇଲେ। କେନ୍ଦ୍ର ସରକାର ଶ୍ରମିକ ମାନଙ୍କୁ ଲକ ଡାଉନ ସମୟରେ ଦରମା ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଖୋଦ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଅବଶ୍ୟ ଗୁଜରାଟ ସରକାର ଶ୍ରମିକମାନେ ଖାଇବା ପାଇଁ ଚାଉଳ ଯୋଗାଇ ଦେଉଥିବା ବେଳେ ସୁରାଟ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ବୁଗୁଡା ବ୍ଲକର ମନୋରଞ୍ଜନ ବାରିକ ଓରଫ ମୁନା ଭାଇ, ପ୍ରଦୀପ କୁମାର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ପ୍ରବାସୀ ଓଡ଼ିଆଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଉଥିଲେ ମଧ୍ୟ ମୁଖ୍ୟ ପ୍ରତିବନ୍ଧକ ସାଜିଲା ରହିବା ସମସ୍ୟା। ଦୁଇ ସ୍ଥରୀୟ କାର୍ଯ୍ୟ ବେଳେ ଗୋଟିଏ ଗୃପ କାମକୁ ଗଲେ ଅନ୍ୟ ଗୃପ ଘରେ ରହୁଥିଲେ। ବର୍ତ୍ତମାନ ଦୁଇ ଗୃପର ସମସ୍ତେ ଘରେ ରହିବା ଦ୍ୱାରା କଡ ଓଲଟାଇବାକୁ ଜାଗା ନହେବା ଓ ବେରୋଜଗାର ଯୋଗୁଁ ସୁରାଟ ଶ୍ରମିକ ଏବେ ଗାଁ ମୁହାଁ। ପ୍ରଥମ ପର୍ଯ୍ୟାୟରେ ବୁଗୁଡା ବ୍ଲକର ୨ ଜଣ ଓ ଦ୍ଵିତୀୟ ପର୍ଯ୍ୟାୟରେ ୨ ଜଣ ଆସିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ମଇ ୧ ତାରିଖ ରାତ୍ରରେ ପହଁଞ୍ଚିବେ ୫୨ ଜଣ। ଏହି ୫୨ ଜଣଙ୍କ ମଧ୍ୟରୁ ଭାମଶ୍ୟାଳି ପଞ୍ଚାୟତର ୪୦ ଜଣ, ମାଣିତରା ପଞ୍ଚାୟତର ୫ ଜଣ, ଗୋଲିଆ ପଞ୍ଚାୟତର ୩ ଜଣ ଓ ଅନ୍ୟାନ୍ୟ ପଞ୍ଚାୟତର ୪ ଜଣ। ସମସ୍ତ ସୁରାଟ ଫେରନ୍ତାଙ୍କ ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବୁଗୁଡା ବ୍ଲକ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ସୁରାଟରେ ରହୁଥିବା ଓଡ଼ିଆ ଭାଇମାନଙ୍କ କହିବା ଅନୁସାରେ ଏପ୍ରିଲ ୩୦ ତାରିଖ ରାତିରେ ୨୫ ଟି ଗାଡ଼ି ସୁରାଟରୁ ଓଡ଼ିଶାକୁ ଆସିବାକୁ ବାହାରିଛି। ମଇ ୧ ତାରିଖ ରାତ୍ରରେ ସୁରାଟରୁ ବାହାରିବାକୁ ଥିବା କେତକ ଗାଡି ସାନିଟାଇଜର କରାଯାଉଛି। ପାଖାପାଖି ଏକ ଶହ ଗାଡି ସୁରାଟରୁ ଓଡ଼ିଶା ଆସିବାକୁ ଥିବା ବେଳେ ସିଂହ ଭାଗ ପଡିବ ଗଞ୍ଜାମ ଜିଲ୍ଲା ପାଇଁ। ବୁଗୁଡା ବ୍ଲକକୁ ମଧ୍ୟ ଆହୁରି ଶହ ଶହ ଶ୍ରମିକ ଫେରିବାର ସମ୍ଭାବନା ରହିଛି। ଭାରତର ଦ୍ଵିତୀୟ କରୋନା ସଂକ୍ରମଣ ବହୁଳ ରାଜ୍ୟ ହେଉଛି ଗୁଜରାଟ। ସେଠାରୁ ଓଡ଼ିଶାକୁ ଆମ ଓଡ଼ିଆ ଭାଇ ଭଉଣୀ ମାନେ ଫେଇବା ଦ୍ୱରା ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି କରିବ। ସେଥିପାଇଁ ପ୍ରଶାସନ ସତର୍କ ରହିବା ସହ ତାହାଠାରୁ ଅଧିକା ଗୁଣରେ ଜନସାଧାରଣ ସଚେତନ ହେବା ଦରକାର।

LEAVE A REPLY

Please enter your comment!
Please enter your name here