ଏଏସଆଇ ରବୀନ୍ଦ୍ର ବେହେରାଙ୍କ କୋଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ଯୁ

0
807

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଲିସ ଏଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ଶୁକ୍ରବାର ରାତ୍ର ପ୍ରାୟ 11.30 ସମୟରେ ଦୁଃଖଦ ମୃତ୍ଯୁ ଘଟିଛି l ସ୍ବର୍ଗତ ବେହେରା ସମ୍ପ୍ରତି ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲାବେଳେ ଏହା ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟ କରିସାରିଛନ୍ତି ଏବଂ ସେହି ସମୟରୁ ସେ ପରିବାର ସହ ବେଗୁନିଆପଡା ଠାରେ ରହୁଥିଲେ l ତାଙ୍କର ଗତ  ତିନିଚାରି ଦିନ ଧରି ସ୍ବସ୍ଥାଗତ ସମସ୍ୟା ଥିବାରୁ ଗତକାଲି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ l ସ୍ବର୍ଗତ ବେହେରାଙ୍କ ପତ୍ନୀ ସମେତ ଦୁଇଝିଅ ଏବଂ ଜଣେ ପୁଅ ଅଛନ୍ତି l ବର୍ତମାନ କରୋନା ସଂକ୍ରମଣକୁ ନେଇ ସମସ୍ତେ ଆଶଙ୍କିତ ଅବସ୍ଥାରେ ଥିବାବେଳେ ମୃତଦେହ ପରୀକ୍ଷା (ବ୍ୟବଚ୍ଛେଦ) ପାଇଁ ପଠାଯାଉଥିବା କୋଦଳା ଆଇଆଇସି ଏବଂ ବେଗୁନିଆପଡା ଫଣ୍ଡିଅଧିକାରୀ ପ୍ରକାଶ କରିଛନ୍ତି l 

LEAVE A REPLY

Please enter your comment!
Please enter your name here