ଉପଖଣ୍ଡ ସ୍ତରୀୟ ୧୨ତମ ଜାତୀୟ ଭୋଟର ଦିବସ ପାଳିତ

0
227

ବ୍ରହ୍ମପୁର :ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୨ତମ ଜାତୀୟ ଭୋଟର ଦିବସ ଆଜି ବ୍ରହ୍ମପୁର ଟାଉନ ହଲଠାରେ କୋଭିଡ କଟକଣା ନିୟମ ଅନୁଯାୟୀ ପାଳନ କରାଯାଇଅଛି | ଏହି ଜାତୀୟ ଭୋଟର ଦିବସର ମୁଖ୍ୟ ଅତିଥି ଭାବେ ଡ.ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, କମିଶନର, ମହାନଗର ନିଗମ ବ୍ରହ୍ମପୁର ଯୋଗଦେଇ ନୂତନ ଭୋଟର ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଯୁବ ଭୋଟର ଦେଶର ଶ୍ରେଷ୍ଠ ବୋଲି ମୁଖ୍ୟ ଅତିଥି କହିଥିଲେ । ସମସ୍ତ BLO ଓ Supervisor ମାନଙ୍କୁ ନିଷ୍ଠାର ସହିତ ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେ | ଉପ-ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ୍ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତି ପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଏବଂ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିଜ ମତାଧିକାରର ପ୍ରୟୋଗ କରିବା ଏବଂ BLO ଓ Supervisor ମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରସଂଶା କରିଥିଲେ |
ଆଜିର ଏହି ଜାତୀୟ ଭୋଟର ଦିବସ ଅବସରରେ ଭଲ କାମ କରିଥିବା ବ୍ରହ୍ମପୁର ଉପଖଣ୍ଡର ପାଞ୍ଚ ଜଣ BLO ଓ ପାଞ୍ଚ ଜଣ Supervisor ମାନଙ୍କୁ ପ୍ରଶଂସାପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ସେହିପରି ଉପଖଣ୍ଡର ୨୦ ଜଣ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ନୂଆ ଭୋଟର ପରିଚୟ ପତ୍ର ପାଇଥିବା ଯୁବକ ମାନଙ୍କୁ ମଧ୍ୟ ଭୋଟର କାର୍ଡ ପ୍ରଦାନ କରାଯାଇଥିଲା | ଜାତୀୟ ଭୋଟର ଦିବସରେ ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଗଣ, ଜନସାଧାରଣ ଏବଂ ସାମ୍ବାଦିକମାନଙ୍କୁ ମୁଖ୍ୟ ଅତିଥି (ମତ ଦାତାଙ୍କ ସଂକଳ୍ପକୁ) ଶପଥ ପାଠ କରାଇଥିଲେ | ଶେଷରେ ଡେପୁଟି କଲେକ୍ଟର ଶ୍ରୀ ମତୀ ଶୁଭଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ |
ଆଜିର ଜାତୀୟ ଭୋଟର ଦିବସରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶ୍ରୀ ବିନୋଦ କୁମାର ବେହେରା, ଶ୍ରୀ ପ୍ରଦୀପ କୁମାର ମହାରଣା ଏବଂ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସେକ୍ସନ ଅଫିସର ଶ୍ରୀ ପ୍ରଶାନ୍ତ ପଣ୍ଡା ଓ ଡି. ଭେଙ୍କଟେଶ୍ୱର ରାଓ ବରିଷ୍ଠ ଷ୍ଟେନୋଗ୍ରାଫର ଏବଂ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ଡ଼ି. ମାଲେଶ୍ୱର ପତ୍ର ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here