ଶିକ୍ଷକଙ୍କ ପାଇଁ ବୀମା ଲାଗୁ କରିବାକୁ ଦାବୀ

0
434

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ମହାମାରୀ କରୋନାକୁ ପରାଜିତ କରିବା ପାଇଁ ଦେଶରେ ସ୍ୱାସ୍ଥ୍ୟ ବିଭାଗ ସହ ପୁଲିସ ଓ ସମ୍ବାଦଦାତା ତଥା ପ୍ରଶାସନ ପକ୍ଷରୁ କରାଯାଉଥିବା କାର୍ଯ୍ୟ ପ୍ରଶଂଶନୀୟ l ସେପଟେ ଅନୁରୂପ ଭlବରେ ବର୍ତ୍ତମାନ ଶିକ୍ଷକମାନେ ଏହି କାର୍ଯ୍ୟରେ ନିୟୋଜିତ ହେବା ସହ ସମସ୍ତ କାର୍ଯ୍ୟ ଦାୟିତ୍ଵର ସହ ସମ୍ପନ୍ନ କରୁଛନ୍ତି l ଲୋକଙ୍କ ସ୍ୱାସ୍ଥ୍ୟ ସର୍ଭେ ସହ ବାହାରେ ରହୁଥିବା ଲୋକଙ୍କ ସର୍ଭେ ଘର ଘର ବୁଲି କରିବା ସହ ଚାଉଳ ବଣ୍ଟନ ପାଇଁ ଟୋକନ ବାଣ୍ଟିବା, ଘର ଘର ବୁଲି ବହି ବଣ୍ଟନ ସହ ବର୍ତ୍ତମାନ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଉଦ୍ଧିଷ୍ଟ ସଂଗରୋଧ କକ୍ଷରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କ ଦେଖା ରଖା କରିବା ପାଇଁ ଦାୟିତ୍ଵ ଦିଆଯାଇଛି l ଏପରିକି ଟୋଲ ଗେଟରେ ମଧ୍ୟ ସେମାନଙ୍କୁ ଦାୟିତ୍ଵ ଦିଆଯାଇଛି l ଏ ସବୁକୁ ଆଖି ଆଗରେ ରଖି ଅନ୍ୟ ବିଭାଗ ଭଳି ଶିକ୍ଷକଙ୍କ ପାଇଁ ବୀମା ରାଶି ଘୋଷଣା କରିବା ପାଇଁ ଶିକ୍ଷକ ନେତା  ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଦେବେନ୍ଦ୍ର କୁମାର ମହାରଣା ସରକାରଙ୍କୁ ଅନୁରୋଧ ପୂର୍ବକ ଦାବୀ ଜଣାଇଛନ୍ତି l

LEAVE A REPLY

Please enter your comment!
Please enter your name here