ମହର୍ଷି ଦୟାନନ୍ଦ ବୈଦିକ ଯୋଗାଶ୍ରମରେ ଶ୍ରାବଣୀ ଉତ୍ସବ

0
286

ବୁଗୁଡା:ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହର ଉପକଣ୍ଠରେ ପ୍ରତିଷ୍ଠିତ ହୋଇଥିବା ମହର୍ଷି ଦୟାନନ୍ଦ ବୈଦିକ ଯୋଗାଶ୍ରମରେ ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉତ୍ସବ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି । ଆଶ୍ରମର ସମ୍ପାଦକ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ତିତ ପ୍ରେମାନନ୍ଦ ଶାସ୍ତ୍ରୀ, ସୁବାସ ଚନ୍ଦ୍ର ଗୌଡ, ସୁକାନ୍ତି ରାଜଗୁରୁ, ତ୍ରିଲୋଚନ ପଣ୍ଡା ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରଭାତରୁ ବେଦଧ୍ବନୀ, ଘୃତଯଜ୍ଞ ଓ ବେଦପାଠ ସହ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦୀର୍ଘ ଏକ ସପ୍ତାହ ତଥା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here