ସ୍ଵେଚ୍ଛାସେବୀଙ୍କ ସ୍ୱେଚ୍ଛାକୃତ ରକ୍ତଦାନ

0
386

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଓ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନର ୭ ଜଣ ସ୍ଵେଚ୍ଛାସେବୀ ଓଡିଶା ରକ୍ତ ଭଣ୍ଡାର, ଭଞ୍ଜନଗର ରେ ରକ୍ତ ଦାନ କରିଛନ୍ତି। ମହାମାରୀ କରୋନା ପାଇଁ ସାରା ବିଶ୍ୱରେ ଲକ୍ ଡାଉନ୍ ଚାଲିଥିବା ବେଳେ ଭଞ୍ଜନଗର ରକ୍ତ ଭଣ୍ଡାର ପାଇଁ ରକ୍ତ ଆବଶ୍ୟକ ପଡୁଥିବାରୁ ଜଗନ୍ନାଥ ପ୍ରସାଦରୁ ରେଡ୍ କ୍ରସ୍ କାଉନ୍ସିଲର ଲୋକନାଥ ମହାନ୍ତିଙ୍କ ନେତୃତ୍ବରେ ସରୋଜ କୁମାର ନାୟକ, ବିଭୂତି ଭୂଷଣ ନାୟକ, ଗଦାଧର ପ୍ରଧାନ, ସୁଶାନ୍ତ କୁମାର ପାତ୍ର, ଶିବାନନ୍ଦ ସେଠୀ, ବାଙ୍କନିଧି ନାୟକ ଓ ନିରାକାର ସାହୁ ଆଦି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଯାଇ ରକ୍ତ ଭଣ୍ଡାର ରେ ରକ୍ତଦାନ କରିଥିଲେ । ଗ୍ରୀଷ୍ମ ଋତୁରେ ରକ୍ତର ବହୁଳ ଆବଶ୍ୟକତା ପଡୁଥିବାରୁ ଓଡିଶା ରକ୍ତ ଭଣ୍ଡାର ଭଞ୍ଜନଗରର କର୍ମକର୍ତ୍ତା ମାନେ ସ୍ଵେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଥିଲେ। ଏହି ରକ୍ତଦାନ କାର୍ଯ୍ୟକ୍ରମ ୧୫ ତାରିଖରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ବିଭିନ୍ନ ଅଞ୍ଚଳରୁ The Great Blood Donors Group ର ସ୍ଵେଚ୍ଛାସେବୀ ଆସି ସମୁଦାୟ ୧୫୧ ୟୁନିଟ୍ ରକ୍ତ ପ୍ୟାକେଟ୍ ସଂଗ୍ରହ ହୋଇଛି ବୋଲି ରକ୍ତ ଭଣ୍ଡାର ତରଫରୁ ସୂଚନା ଦିଆଯାଇଛି। ଏହି ରକ୍ତଦାନ କାର୍ଯ୍ୟକ୍ରମ ଆଗକୁ ଏମିତି ଚାଲୁ ରହିବ ବୋଲି ସୁରକ୍ଷା ସଂଗଠନ ସଭାପତି ସରୋଜ କୁମାର ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here