ପିକ୍‌ଅପ୍‌ ଭ୍ୟାନ ଓଲଟି ୪ ମୃତ, ୮ ଆହତ

0
331

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲାରେ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନାଯୋଗ୍ୟ ଯେ ଆଜି ସକାଳୁ କିଛି ଶ୍ରମିକ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବ୍ରହ୍ମପୁର ନିକଟସ୍ଥ ଭାବନ୍ଧର ଏକ କ୍ରସରକୁ କାମ କରିବାକୁ ଯାଉଥିଲେ। ସେମାନେ ଯାଉଥିବା ଗାଡିଟି ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ହଠାତ୍ ଓଲଟି ପଡିଥିଲା। ଫଳରେ ଏଥିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।ଦୁର୍ଘଟଣାର ଖବର ସୁନି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ।

LEAVE A REPLY

Please enter your comment!
Please enter your name here