ଦିଗପହଣ୍ଡି ଥାନାଞ୍ଚଳରେ ପୁଣିଥରେ କଳାକନା ବୁଲାଇଲେ ଦୃର୍ବୁତ୍ତ

0
324

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଗତ କିଛିଦିନ ହେଲା ଚୋରମାନଙ୍କ ବିତ୍ପାତ ବଢି ଚାଲିବାରେ ଲାଗିଥିବା ବେଳେ ଦୃର୍ବୁତ୍ତ ମାନେ ଲକଡାଉନର ସୁଯୋଗ ନେଇ ବାରମ୍ବାର ଚୋରି ଡକାୟତି ଭଳି କାମ କରି ପୋଲିସକୁ କଡା ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଜଣାପଡିଛି । ଏହି ଅବସରରେ ଦୃର୍ବୁତ୍ତମାନେ ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ମୈଳାଭଞ୍ଜା ରାଧାନଗର ଗ୍ରାମର ବ୍ୟବସାୟୀ ଜେ. ସରୋଜ କୁମାର ପାତ୍ର ନିଜ ପରିବାର ସହ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘର ପଛ କବାଟ ତାଡ଼ି ଘରେ ପଶିବା ସହ ଆଲମାରୀ ଭାଙ୍ଗି ସେଥିରେ ଥିବା ପ୍ରାୟ ୪୦ ଭରି ସୁନା ଅଳଙ୍କାର , ୨ ଶହ ଭରି ଓଜନର ବିଭିନ୍ନ ରୁପା ସାମଗ୍ରୀ ସମେତ ନଗଦ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବରପ୍ରକାରେ , ଗତକାଲି ଗ୍ରାମରେ ରାତିରେ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ସରୋଜ ସମେତ ପରିବାରବର୍ଗ ଘରେ ଏବଂ ବାରଣ୍ଡାରେ ଶୋଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ଭିତରପଟ କବାଟ ତାଡି ସୁନା ଅଳଙ୍କାର , ଟଙ୍କା ନେବା ସହ ଲୁଗାପଟା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏଣେତେଣେ ଫୋପାଡି ଚମ୍ପଟ ମାରିଥିବା ଜଣାପଡ଼ିଛି। ପରିବାର ଲୋକେ ରବିବାର ସକାଳୁ ଏହା ଜାଣିପାରି ଘଟଣା ସମ୍ପର୍କରେ ଦିଗପହଣ୍ଡି ପୋଲିସ ଥାନାକୁ ଖବର ଦେଇଥିଲେ । ଖବରପାଇ ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ , ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ , ଏସ୍‌ଆଇ ବଳଭଦ୍ର ଗଣ୍ଡ ଓ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here