ଭାରତୀୟ ମାନବାଧିକାର ସୁରକ୍ଷା ପରିଷଦ ଓ ଓଗା ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର ଆୟୋଜିତ

0
474

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ବିଷୋୟୀ) :କୋରନା କଟକଣା ପାଇଁ ସମାଜର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଭଞ୍ଜନଗର ରକ୍ତ ଭଣ୍ଡାର ଉପରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା। ଏ ନେଇ କିଛି ଦିନ ତଳେ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେବା ପରେ କିଛି ଯୁବକ ରକ୍ତ ଦାନ କରିବାକୁ ଆଗେଇ ଆସିଥିଲେ ଓ ଏଭଳି ସଂକଟ ସମୟରେ ରକ୍ତ ଦାନ କରି ନିଜର ମହାନତାର ପରିଚୟ ପ୍ରଦାନ କରିଥିଲେ। ସେହିପରି କିଛି ଦିନ ତଳେ ଗଞ୍ଜାମ ଜିଲାପାଳ ଓ ଭଞ୍ଜନଗର ମେଡ଼ିକାଲ ର ନବ ନିଯୁକ୍ତି ଡାକ୍ତର ସୁଶ୍ରୀ ସ୍ମିତା ପ୍ରିୟଦର୍ଶିନୀ ମଧ୍ୟ ରକ୍ତ ଦାନ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଜାଗ୍ରତ କରିଥିଲେ।ଏହି କର୍ମରେ ରକ୍ତ ଅଭାବ ଦୂର କରିବା ପାଇଁ ଭାରତୀୟ ମାନବାଧିକାର ସୁରକ୍ଷା ପରିଷଦ ଗଂଜାମ ଶାଖା ଓ ଓଗା ଟ୍ରଷ୍ଟ ର ମିଳିତ ଉଦ୍ୟମରେ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଏହି ରକ୍ତଦାନ କାଯ୍ୟକର୍ମ କୁ ଭାରତୀୟ ମାନବାଧିକାର ସୁରକ୍ଷା ପରିଷଦ ଗଂଜାମ ଜିଲ୍ଲାର ସଭାପତି ଦୁର୍ଗା ମାଧବ ଆଚାରି, ସାଧାରଣ ସମ୍ପାଦକ ରବିନ୍ ପୋଲେଇ ଓ ଓଗା ଟ୍ରଷ୍ଟର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ସେହିପରି ଯୋଗୀମାରି, ବେଲଗୁଣ୍ଠା, ବଡ଼ବୋରସିଂ ଗ୍ରାମର ଯୁବକ ମାନେ ରକ୍ତ ଅଭାବ ଦୂର କରିବା ପାଇଁ ଅତି ଆନଦ ର ସହ ରକ୍ତ ଦାନ କରିଥିବା ବେଳେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା କହିଛନ୍ତି ମାନବାଧିକାର ସାଧାରଣ ସମ୍ପାଦକ ରବିନ୍ ପୋଲେଇ। ମେଡ଼ିକାଲ ରେ ରୋଗୀ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଥାଲାମୋସିଆ,ଏନିମିଆ,ସିକିଲସେଲ ଓ ଗର୍ଭବତୀ ମହିଳାଙ୍କୁ ନିୟମିତ ବ୍ୟବଧାନରେ ରକ୍ତର ଆବଶ୍ୟକତା ପଡିଥାଏ। କିନ୍ତୁ କୋରନା ପାଇଁ ରକ୍ତଦାନ ଶିବିରର ଆୟୋଜନ ହୋଇପାରୁନଥିବାରୁ ରକ୍ତ ଭଣ୍ଡାର ରେ ସମସ୍ୟା ସୃଷ୍ଟି ହୋଇଥିଲା। ମାନବାଧିକାର ଏବଂ ଓଗା ଟ୍ରଷ୍ଟ ଓ ଯୁବ ଗୋଷ୍ଠୀଙ୍କ ଏଭଳି ପ୍ରୟାସ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ରକ୍ତ ସଂକଟ ସାମହିକ ଭାବରେ ଦୂର ହୋଇ ପାରିଛି।

LEAVE A REPLY

Please enter your comment!
Please enter your name here