ଗଞ୍ଜାମ ଜିଲ୍ଲାରେ ଲକ ଡାଉନ କଟକଣା କୋହଳ

0
341

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆସନ୍ତାକାଲିଠୁ ଗଞ୍ଜାମରେ କୋହଳ ହେବ ନିୟମ କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହି ତାଲାବନ୍ଦ କଟକଣା ଭିତରେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଆସନ୍ତାକାଲିଠାରୁ ଗଞ୍ଜାମରେ ନିୟମକୁ କିଛି ମାତ୍ରାରେ କୋହଳ କରାଯିବ । ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଗାଡ଼ି ନେଇପାରିବେ । ତେବେ ମୋଟର ସାଇକେଲରେ ଜଣେ ଲେଖାଏଁ ଚାଳକ ରାସ୍ତାରେ ଯାଇ ପାରିବେ। ୪ ଚକିଆ ଯାନରେ ଡ୍ରାଇଭର ବ୍ୟତୀତ ପଛରେ ବସି ଜଣେ ଯାଇପାରିବେ। ଅତି ଆବଶ୍ୟକ ସାମଗ୍ରୀ ବିକ୍ରି ଉପରେ କୌଣସି ସମୟ ସୀମା ରହିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ମାସ୍କ ପିନ୍ଧିବା ଜରୁରୀ, ନପିନ୍ଧିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସର୍ବସାଧାରଣରେ ଛେପ ପକାଇଲେ ଜରିମାନା ଆଦାୟ ହେବ । ତେବେ ଗୁଟଖା, ପାନ, ଚା’ ଓ ମଦ ଦୋକାନ ବନ୍ଦ ରହିବ। ଔଷଧ, ସାର ଓ ସଉଦା ଦେକାନା ଖୋଲା ରହିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here