ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବ୍ରହ୍ମପୁର ବିଧାୟକ ଓ ତାଙ୍କ ପରିବାରବର୍ଗ କଲେ ରକ୍ତଦାନ

0
343

ଵ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା / ପ୍ରଣୟ ପଣ୍ଡ) : ଆଜି ସହରର ମାନ୍ୟବର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରବାଦ ପୁରୁଷ ବିଜୁ ବାବୁ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ କରି ଏକ ମହତ ବାର୍ତ୍ତା ସହରବାସୀଙ୍କୁ ଦେଇଛନ୍ତି । ଆଜି ସକାଳେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ନିଜେ ରକ୍ତଦାନ କରି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍ର ଉଦଘାଟନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଵ୍ରହ୍ମପୁର ରକ୍ତଭଣ୍ଡାରକୁ ଦେଇଥିଲେ । ଏହି ଅବସରରେ ମାନ୍ୟବର ବ୍ରହ୍ମପୁର୍ ବିଧାୟକ,ତାଙ୍କ ଧର୍ମପତ୍ନୀ,୨ଭଉଣୀଙ୍କ ସମେତ ପରିବାରର ୭ ଜଣ ସଦସ୍ୟ ଉକ୍ତ ଭ୍ୟାନରେ ରକ୍ତ ଦାନ କରିଛନ୍ତି l କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଓ ଗଞ୍ଜାମ ଜିଲ୍ଲାରେ ୧୯ଘଣ୍ଟିଆ ସଡ୍ ଡାଉନ୍ ଜାରି ରହିଥିବା ବେଳେ ବହୁ ରୋଗୀ ରକ୍ତ ନପାଇ ବହୁ ଅସୁବିଧାର ସମ୍ମୁଖିନ ହେଉ ଥିଲେ । ତେଣୁ ମାନ୍ୟବର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ପରିବାର ସଦସ୍ୟଙ୍କ ସହ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବିଧାୟକଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତାଙ୍କ ପରିବାର ଓ ସମର୍ଥକମାନଙ୍କ ଠାରୁ ପ୍ରାୟ ୩୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ବସନ୍ତ ବେହେରା, , ହରିକୃଷ୍ଣ ସାହୁ,ସୁଶାନ୍ତ କୁମାର ପାଣିଗ୍ରାହୀ,ବିଜେଡି ନେତା ତୁମ୍ବନାଥ ପଣ୍ଡା,ସଞ୍ଜିତ ପାଣିଗ୍ରାହୀ,ମଦନ ଦଳାଇ, ଜ୍ୟୋତିରଞ୍ଜନ ସାହୁ, ତାପସ ସାହୁ, ଆଦି ପଟ୍ଟନାୟକ, ପବିତ୍ର ମୋହନ ଦାସ,ଡାକ୍ତର ଜୟନ୍ତ କୁମାର ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here