ଗାଡି ଧକ୍କାରେ ରକ୍ତାକ୍ତ ହୋଇ ପଡ଼ିଥିବା ଗାଈକୁ ଚିକିତ୍ସିତ କଲେ ସାହି ବାସୀନ୍ଧା।

0
341

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ବ୍ରହ୍ମପୁର ସହରର ସୋମନାଥ ନଗର ୪ଥ ଲାଇନରେ ଏକ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଗାଈକୁ ଚିକିତ୍ସିତ କରିଛନ୍ତି ସାହି ବାସୀନ୍ଧା। ଭୋର ସକାଳୁ ଗାଇଟିକୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଭେଟେନରି ହସ୍ପିଟାଲକୁ ଦଉଡି ଯାଇଥିଲେ କିନ୍ତୁ ସେଠାରେ କୌଣସି କର୍ମଚାରୀ ନଥିଲେ। ନାନା ପଚରା ଉଚରା କରି ଡାକ୍ତରଙ୍କ ସହ ମଧ୍ୟ କଥା ହୋଇଥିଲେ କିନ୍ତୁ ସେ ୧୦ ଟା ପୂର୍ବରୁ ଯାଇପାରିବି ନାହିଁ କହି ଫୋନ ରଖିଦେଲେ। ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ଫୋନ କରି ସହାୟତା ମାଗିଥିଲେ ଏବଂ ସେ ବିଭିନ୍ନ ପଶୁପ୍ରେମୀଙ୍କୁ ଯୋଗାଯୋଗ କରିଥିଲେ। ଶେଷରେ ପଶୁପ୍ରେମୀ କାନହୁ ସାହୁ ପଶୁ ଚିକିତ୍ସକଙ୍କ ସହ ପହଞ୍ଚିଥିଲେ ଏବଂ ସାହି ବାସିନ୍ଧାଙ୍କ ସହଯୋଗରେ ଗାଇଟିକୁ ଚିକିତ୍ସା କରାଇଥିଲେ। ତେବେ ନିଜ ବିଭାଗର କାମ ହୋଇ ମଧ୍ୟ ଭେଟିନାରୀ କର୍ମଚାରୀଙ୍କ ସହଯୋଗ ନମିଳିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ଏଥିରେ ଆନନ୍ଦ ସାହୁ, କାନହୁ ପୃଷ୍ଟି, ବଳରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here