ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ମାଗଣା ଅକ୍ସିଜେନ ଯୋଗାଣ

0
249

ବୁଗୁଡା (ନ୍ୟୁଜଏକ୍ସଟ୍ରା) ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଟ୍ରଷ୍ଟ ପକ୍ଷରୁ ପ୍ରବାସୀ ଓଡ଼ିଆ ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ପ୍ରତ୍ୟେକ କଠିନ ସମୟରେ ସହଯୋଗର ହାତ ବଢାଇଥିବାର ବହୁ ଦୃଷ୍ଟାନ୍ତ ରହିଛି। ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ବର୍ତ୍ତମାନର ମହାମାରୀ କରୋନା ସମୟରେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ଜୀବନ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବର୍ତ୍ତମାନ ସୁରାଟରେ ଅମ୍ଳଜାନ ପାଇଁ ହାହାକାର ପଡିଥିବା ବେଳେ ଅମ୍ଳଜାନ ଅଭାବରୁ ଯେପରି ସୁରାଟ ମହାନଗରରେ ଜଣେ ମଧ୍ୟ ଓଡ଼ିଆଙ୍କ ଜୀବନ ବିପଦରେ ପଡିବ ନାହିଁ, ସେଥିପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କୁ ଆବଶ୍ୟକ ପଡୁଥିବା ଅମ୍ଳଜାନ ସିଲିଣ୍ଡର ମାଗଣା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ଶ୍ରୀ ସାହୁ ଅମ୍ଳଜାନ ଯୋଗାଣ ପାଇଁ ଚାରିଗୋଟି ଫୋନ ନମ୍ବର ଜାରିକରିଛନ୍ତି। ସେଗୁଡ଼ିକ ହେଲା ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ (9727791817), ଉପସଭାନେତ୍ରୀ ତଥା ଆଇନ ପରାମର୍ଶଦାତା ସ୍ୱାତୀ ରାଖଣ୍ଡ (8758755174), ଅଫିସ ସମ୍ପାଦକ ଜୟରାମ ଦଳେଇ (9725962992) ଓ ଅଫିସ ନମ୍ବର (02612736162) । ଯେଉଁ ସମସ୍ତ ଓଡ଼ିଆ ଭାଇମାନେ ସୁରାଟରେ ବିଭିନ୍ନ ଫ୍ୟାକ୍ଟେରୀରେ କାମକରୁଛନ୍ତି ସମସ୍ତେ ଟ୍ରଷ୍ଟର ସଦସ୍ୟ ହୋଇନଥିବା ବେଳେ ସମସ୍ତେ ଏହାର ସୁଯୋଗ ନେବାକୁ ସେମାନଙ୍କ ନିଜ ବ୍ୟକ୍ତି ଓ ସାଙ୍ଗସାଥି ମାନେ ଏହି ଚାରିଗୋଟି ନମ୍ବର ସେମାନଙ୍କୁ ଜଣାଇ ଅମ୍ଳଜାନ ସିଲିଣ୍ଡରର ସୁବିଧା ନେବା ସହ ଯେକୌଣସି ଜରୁରୀ ଆବଶ୍ୟକ ବେଳେ ଯୋଗାଯୋଗ କରିବାକୁ ପରାମର୍ଶ ଦେବାକୁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ଶ୍ରୀ ସାହୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here