ବିଶିଷ୍ଟ ସମାଜସେବୀ ଶୋଭା ଚନ୍ଦ୍ର ପାଠୀଙ୍କ ପରଲୋକ

0
797

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜଗଦଳପୁର ଗ୍ରାମର ବିଶିଷ୍ଟ ସମାଜ ସେବି ତଥା ଜଣେ ରାଜନୀତିକ ସଙ୍ଗଠକ ଏବଂ ଦଳୀୟ ଚିନ୍ତାଧାରାର ଦୃଢ ସଫଳ ବ୍ୟକ୍ତିତ୍ୱ ସ୍ୱର୍ଗୀୟ ଶୋଭା ଚନ୍ଦ୍ର ପାଠୀ ପ୍ରାୟ ୭୪ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି | ସୋମବାର ତଥା ୧୩/୦୪/୨୦୨୦ ରିଖ ରାତ୍ର ୯.୨୫ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ | ତାଙ୍କରି ମୃତ୍ୟୁ ସମୟରେ ଦୁଇ ପୁଅ ଏବଂ ଗୋଟିଏ ଝିଅ ଉପସ୍ଥିତ ଥିଲେ | ଏହି ଶେଷ ସମୟରେ ନିଜ ବନ୍ଧୁ ବାନ୍ଧବଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ | ପ୍ରକାଶ ଥାଉ କି ଗତ ୧୯୭୫ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟି ୧୬ନମ୍ବର ୱାର୍ଡର କାଉନସିଲର ଭାବେ ନିର୍ବାଚିତ ହୋଇ ବହୁ ଉନ୍ନୟନମୂଳକ କାର୍ଯ୍ୟ କରି ବେଶ ପ୍ରସଂଶିତ ହୋଇଥିଲେ | ତାହା ସହ କଂଗ୍ରେସ ଦଳର ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଥିଲେ ଏବଂ ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ | ଏହି ମହାନ ବ୍ୟକ୍ତିଙ୍କର ମୃତ୍ୟୁ ଅଞ୍ଚଳରେ ତଥା ବ୍ରହ୍ମପୁର ସହରରେ ଶୋକର ଛାୟା ଖେଲାଇଛି |

LEAVE A REPLY

Please enter your comment!
Please enter your name here