ଛତ୍ରପୁର ସବଡ଼ିଭିଜନର ସମସ୍ତ ଏନଏସି ୬ ଦିନ ପାଇଁ ସଟଡାଉନ

0
402

ଛତ୍ରପୁର(ନ୍ୟୁଜ ଏକ୍ସଟ୍ରା)ଗଞ୍ଜାମ ଜିଲ୍ଲାରେ ଦିନକୁଦିନ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି l ପ୍ରଶାସନର ବହୁ ଚେଷ୍ଟା ସତ୍ୱେ  ଆକ୍ରାନ୍ତଙ୍କ ସଂଖ୍ୟାରେ ସୁଧାର ଆସୁନି l ଗତ 9ତାରିଖରୁ 13ତାରିଖ ଯାଏଁ ଜିଲ୍ଲାର ସବୁ ଏନଏସି ସଟଡାଉନ କରାଯାଇଥିଲେ ମଧ୍ୟ ଛତ୍ରପୁର ସବଡିଭିଜନର ସବୁ ଏନଏସିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ସଂକ୍ରମଣ ରୋକିବା ପାଇଁ ଛତ୍ରପୁର ସବଡିଭିଜନର ସବୁ ଏନଏସିରେ ଆସନ୍ତାକାଲି ଠାରୁ ୬ ଦିନ ପାଇଁ ସଟ୍  ଡାଉନ୍ ଘୋଷଣା କରାଯାଇଛି।ଛତ୍ରପୁର,ଖଲ୍ଲିକୋଟ,ରମ୍ଭା,ଗଞ୍ଜାମ,ପୁରୁଷୋତ୍ତମପୁର,
କୋଦଳା, କବିସୂର୍ଯ୍ୟନଗର, ପୋଲସରା ଓ ହିଞ୍ଜିଳି ମୁନିସିପାଲଟିରେ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରାଯାଇଛି। କେବଳ ଔଷଧ ଦୋକାନ ବ୍ୟତୀତ କୌଣସି ଦୋକାନ ଖୋଲା ରହିବ ନାହିଁ ବୋଲି ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସହରର ବିଭିନ୍ନ ସାହି ବୁଲି ବୁଲି ପ୍ରଚାର କରାଯାଇଛି। କୌଣସି ଗାଡ଼ି ଚଳାଚଳ ସମେତ ଯିବା ଆସିବା ବନ୍ଦ ରହିବ। ଏହାକୁ ଯେଉଁ ମାନେ ଖିଲାପ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍  କରାଯାଇଥିଲେ ବି କିଛି ଅମାନିଆ ଏହାକୁ ମାନୁନଥିବା ଦେଖିବାକୁ  ମିଳିଛି।

LEAVE A REPLY

Please enter your comment!
Please enter your name here