ଶାଳବଣର ସୁନା ଝିଅ ଶୁଭଲକ୍ଷ୍ମୀ….. ଓ.ଜେ.ଏସ୍ ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରି ଆଣିଲେ ଗୌରବ ।

0
1456

ବେଗୁନିଆପଡ଼ା:୨୨/୦୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଗ୍ରାମର ସୁନା ଝିଅ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ। ଓଡିଶା ଜୁଡିସିଆଲ ସର୍ଭିସ୍ (ଓ ଜେ ଏସ୍) ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରି ବେଗୁନିଆପଡ଼ା ବ୍ଲକ ସମେତ ସାରା ଗଞ୍ଜlମ୍ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ l ସେ ଖଲ୍ଲିକୋଟ କୋର୍ଟର ବରିଷ୍ଠ ଆଇନଜୀବୀ ଚକ୍ରପାଣି ସ୍ଵାଇଁଙ୍କ କନ୍ୟା l ଶୁଭଲକ୍ଷ୍ମୀ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିବା ପରେ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ଆଇନ ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଆଇନ ଡିଗ୍ରୀରେ ଉତ୍ତୀର୍ଣ୍ଣ ହୋଇ ଜୁଡିସିଆଲ ପରୀକ୍ଷା ଦେଇଥିଲେ l ସେ ଏହି ସଫଳତା ପାଇଁ ସର୍ବାଗ୍ରେ ନିଜ ବାପା,ମା, ଶିକ୍ଷକ ତଥା ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି l ତାଙ୍କ ବାପା ଓ ମା, ପରିବାର ଏବେ ଖଲ୍ଲିକୋଟରେ ଅବସ୍ଥାନ କରୁଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ବେଗୁନିଆପଡ଼ା, ଖଲ୍ଲିକୋଟ ସମେତ ବହୁ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି l

LEAVE A REPLY

Please enter your comment!
Please enter your name here