ସଦରଥାନା ପୋଲିସ ଦ୍ୱାରା କରୋନା ବିଷୟରେ ଜନ ସଚେତନତା କାର୍ଯ୍ୟକ୍ରମ

0
398

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ଉମା ଶଙ୍କର ପାଣିଗ୍ରାହୀ) : କୁକୁଡ଼ାଖଣ୍ଡି :ପ୍ରଥମ ପର୍ଯ୍ୟାୟ ଲକଡାଉନର ଶେଷ ଦିନରେ ପୋଲିସ ପ୍ରଶାସନ ପକ୍ଷରୁ ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ସନ୍ତୋସିନି ଓରାମ, ସେକଣ୍ଡ ଅଫିସର ବିଭୁତି ଭୂଷଣ ସେଠି, ଏଏସଆଇ ବିନୀତ ଶତପଥୀ ପ୍ରମୁଖ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣ ପୁର ଗ୍ରାମକୁ ଯାଇ ପ୍ରତ୍ୟେକ ସାହି ଗଳିକନ୍ଦିରେ ବୁଲି ବୁଲି ଲୋକଙ୍କୁ ସଚେତନତା କରିବା ସହ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଥିଲେ l ମାସ୍କ ବ୍ୟବହାର କରୁନଥିବା ମହିଳା ଓ ପୁରୁଷଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରି ଧାଡିରେ ଛିଡା କରାଇ ସମସ୍ତଙ୍କୁ ମାସ୍କ ପ୍ରଦାନ କରିଥିଲେ lକୌଣସି ବ୍ୟକ୍ତି ଅଯଥାରେ ଘର ବାହାରକୁ ନଯାଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ lନିହାତି ଆବଶ୍ୟକତାରେ ଯଦି କୌଣସି ବ୍ୟକ୍ତି ବାହାରକୁ ଯାନ୍ତି ତେବେ ଉକ୍ତ ବ୍ୟକ୍ତି ଘରକୁ ପ୍ରବେଶ କରିବା ପୂର୍ବରୁ ଭଲ ଭାବେ ହାତକୁ ସାନିଟାଇଜର କିମ୍ବା ସାବୁନରେ ଧୋଇ ଘରକୁ ଆସିବାକୁ ଅନୁମତି ଦେବେ lକରୋନା ପାଇଁ ସରକାରଙ୍କ ସମସ୍ତ ନୀୟମ ମାନିବାକୁ ପରାମର୍ଶ ଦେଇଥିଲେ lସଦର ପୋଲିସର ଏଭଳି ପ୍ରୟାସକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି lଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ସନ୍ତୋଷ ଚୌଧୁରୀ, ଗୋବିନ୍ଦ ଗୌଡ଼,ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here