ଆଶୀର୍ବାଦ ଯୋଜନା ସମ୍ପର୍କିତ କାର୍ମଶାଳା

0
345

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ଗତ ୨୦୨୦ ଏପ୍ରିଲ ପହିଲାଠାରୁ ଉଭୟ ବାପା ,ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷାଦୀକ୍ଷା ଭରଣ ପୋଷଣ ତଥା ଯତ୍ନ ପାଇଁ ଓଡିଶା ସରକାରଙ୍କ ଦ୍ଵାରା ଘୋଷିତ ହୋଇଥିବା ଆଶୀର୍ବାଦ ଯୋଜନା ସମ୍ପର୍କିତ କର୍ମଶାଳା ଆଜି ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ଅଧକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଆନୁଷ୍ଟାନିକ ଭାବରେ ଅନୁଷ୍ଟିତ ହୋଇଯାଇଛି । ଏହି କର୍ମଶାଳା ରେ ଆଜି ୮୬ ଜଣ ଉଭୟ ବାପା ,ମା ତଥା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କୁ ଆର୍ଥିକ ସହାୟତା ରାଶିକୁ ଜିଲ୍ଲାପାଳଙ୍କ ଦ୍ଵାରା ଚେକେ ମାଧ୍ୟମରେ ପ୍ରଦାନ କରାଯାଇଛି । ଅନାଥ ଶିଶୁ ମାନଙ୍କ ନିମନ୍ତେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓଡିଶା ଙ୍କର ଏହି ଆଶୀର୍ବାଦ ଯୋଜନା ଏକ ଯୁଗାନ୍ତ କରି ପଦକ୍ଷପ ବୋଲି ବର୍ଣ୍ଣନା କରିବା ସହିତ ଜିଲ୍ଲାରେ ଜଣେବି ହିତାଧିକାରୀ ଏଥିରୁ ଯେପରି ବାଦ ନପଡନ୍ତି ସେଥିପ୍ରତି ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ଓ ସମାଜ କଲ୍ଯାଣ ବିଭାଗ କୁ ନିର୍ଦେଶ ଦେଇଛନ୍ତି । ବୈଠକ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ କୁମାର ପଟ୍ଟନାୟକ ଆଶୀର୍ବାଦ ଯୋଜନାର ବିଷୟରେ ସୂଚନା ପ୍ରଦାନ କରି କହିଲେ ଯେ ଗତ ୨୦୨୦ ଏପ୍ରିଲ ପହିଲାଠାରୁ ଉଭୟ ପିତାମାତାଙ୍କୁ ହରାଇଥିବା ଅନାଥ ଶିଶୁମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମାସକୁ ୨୫୦୦ ଟଙ୍କା ଏବଂ ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମାସକୁ ୧୫୦୦ ଟଙ୍କା ଆର୍ଥିକ ସହାୟତା ହିସାବରେ ମିଳିପାରିବ । ସେହିପରି ଉଭୟ ପିତା ମାତାଙ୍କୁ ହରାଇଥିବା ଯେଉଁ ଶିଶୁମାନେ ଉଚଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କୁ ଗ୍ରୀନ ପ୍ୟାସେଜ ସ୍କିମ ମାଧ୍ୟମରେ ମଧ୍ୟସହାୟତା ପ୍ରଦାନ କରାଯିବ । ପରେ ଆରକ୍ଷି ଅଧିକ୍ଷକ ପି ଏସେ ପୁରୁଷତ୍ତମ ଦାସ ନିଜର ବକ୍ତବ୍ୟରେ ଏହି ଯୁଗାନ୍ତ କାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାପାଇଁ ପ୍ରତିସୁତି ଦେବା ସହିତ ଜିଲ୍ଲାରେ ମେଧାବୀ ଛାତ୍ର ଛାତ୍ରୀ ଙ୍କ ଉଚଶିକ୍ଷା ତଥା ନିଯୁକ୍ତି ନିମନ୍ତେ ମାଗଣାରେ କୋଚିଂ ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥାଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଉପଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲି ସରକାରଙ୍କ ର ଏହି ଯୋଜନାକୁ ସଫଳ ରୂପାୟନ ନିମନ୍ତେ ଆସନ୍ତା ସପ୍ତାହ ଠାରୁ ପ୍ରତ୍ଯେକ ବ୍ଲକରେ କ୍ୟାମ୍ପକୋର୍ଟ କରି ସ୍ୱାସ୍ଥ୍ୟ ବିଭାଗ ,ରାଜସ୍ୱ ବିଭଗ ,ବ୍ଯାଙ୍କ ଓ ସମାଜ କଲ୍ଯାଣ ବିଭାଗ ର ମିଳିତ ସମ୍ମନୟ ଯୋଗ୍ୟ ତାଲିକା ଭୁକ୍ତ ହିତାଧିକାରୀ କାରୀଙ୍କର ଗତ ୨୦୨୦ ଏପ୍ରିଲ ପହିଲାଠାରୁ ଉଭୟ ବାପା ,ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ବ୍ୟକ୍ତ ଙ୍କର ମୃତପ୍ରମାଣ ପତ୍ର ଓ ବ୍ଯାଙ୍କ ଜମାଖାତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟମାଙ୍କ ମଧ୍ୟେରେ ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ , ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ନୀଳମଣି ଦିଲୀପ ଚାନ୍ଦ ,ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ,ଡ଼ିଆ ଇ ପି ଆର ଓ ହଲଧର ନିଆଲ ,ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ସିଡିପିଓ ଗୀତା ମହାରଣା , ସୁଷମା ପ୍ରସାଦ , ବିନୋଦିନୀ ପଟ୍ଟନାୟକ ,ସୁନିତା ଦେବୀ ତ୍ରିପାଠି,ସରୋଜିନୀ ରଥ , ଶୈରେନ୍ଦ୍ରି ମହାନନ୍ଦ , ସୁପର ଭାଇଜର ସସ୍ମିତା ମହାନ୍ତି ,ସଞ୍ଜୁଲତା ନାୟକ,ବିନୀତା ଜେଠି ,ଲିଗାଲ ପ୍ରୋବେସନ ଅଫିସର କିଶୋର ମାର୍ଥ ,ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ନିଜ ନିଜର ବକ୍ତବ୍ୟରେ ଆଶୀର୍ବାଦ ଯୋଜନା ର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here