ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଲକ ଡାଉନ ସମୟରେ ଅଣ୍ଡା ଯୋଗାଇଦେବା ନେଇ ସାନଖେମୁଣ୍ଡି ବ୍ଲକ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସେସନ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

0
410

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଭାରତୀୟ ମଜଦୁର ସଙ୍ଘ ଏବଂ ଅଖିଳ ଭାରତୀୟ ଅଙ୍ଗନବାଡି କର୍ମଚାରୀ ମହାସଂଘ ସହ ଅନୁବନ୍ଧିତ ସାନଖେମୁଣ୍ଡି ବ୍ଲକ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସେସନ ପକ୍ଷରୁ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକଙ୍କ ଜରିଆରେ ଉପଜିଲାପାଳ, ଜିଲାପାଳ ଏବଂ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସେହିପରି ସାନଖେମୁଣ୍ଡି ସିଡିପିଓଙ୍କୁ ମଧ୍ୟ ଏକ ପତ୍ର ପ୍ରଦାନ କରାଯାଇଛି। ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଲକ ଡାଉନ ସମୟରେ ଅଣ୍ଡା ଯୋଗାଇଦେବା ନେଇ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ସମ୍ପ୍ରତି କୋଭିଡ୧୯ ପାଇଁ ଜିଲାପାଳଙ୍କ ସହିତ ଏକ ନିର୍ଦ୍ଧିଷ୍ଟ ଦପ୍ତରୀୟ ଅଧିକାରୀ ସଲାସୁତୁରା କରି ସମସ୍ତ ଅଙ୍ଗନବାଡି କେନ୍ଦ୍ରର ପ୍ରସୂତି ମହିଳା ଏବଂ ପ୍ରାକ ଶିକ୍ଷା ଗ୍ରହଣ କରୁଥିବା ପିଲା ମାନଙ୍କୁ ଯୋଗାଇଦେବେ ବୋଲି ଜାଣିବାକୁ ମିଳିଛି। ଯାହାକି ରାଜ୍ୟ ସରକାରଙ୍କ guide lines for the decentralized implementation if housing snax , hit cook meal & emergency feeding program ( supplementary nutrition program of icds)ର ଧାରା ୩.୩.,୪.୩ ଏବଂ annexure ୭କୁ ଖିଲାପ କରୁଛି ବୋଲି ସଙ୍ଘ ପକ୍ଷରୁ ଦୃଢୋକ୍ତି ଦିଆଯାଇଛି। ସେହିପରି ଗତ ଅପ୍ରେଲ ୭ରେ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ପତ୍ରାଙ୍କ ୧୧୯୨ରେ ହୋଇଥିବା ନିର୍ଦ୍ଦେଶକୁ ନେଇ ଏବେ ନାନା ସମାଲୋଚନା ଜୋର ଧରିଛି। ପ୍ରକାଶ ଯେ, ସାନଖେମୁଣ୍ଡି ବ୍ଲକର ବିଭିନ୍ନ ବଜାରରେ ଅଣ୍ଡା ସୁଲଭ ଦରରେ ମିଳୁଥିବା ବେଳେ ଆଖ ପାଖରେ ବହୁ କୁକୁଡ଼ା ଫାର୍ମ ରହିଛି ।ଗତ ୨୦୧୯ ଡିସେମ୍ବର ଠାରୁ ବର୍ତ୍ତମାନ ଯାଏଁ ବିଭିନ୍ନ ସମୟରେ ଅଣ୍ଡା ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏନେଇ ଅଙ୍ଗନବାଡି କର୍ମୀ ମାନେ ସରକାରଙ୍କ ଦୃଷ୍ଟି ଗୋଚର କରାଯିବାରେ ସମ୍ପୃକ୍ତ କର୍ମୀ ମାନେ ଉକ୍ତ ବୃଦ୍ଧି ଅର୍ଥ ରାଶି ଭରଣ କରିବେ ବୋଲି ଶୁଣିବାକୁ ମିଳିଥିଲା। ତେବେ ସମ୍ପ୍ରତି ଘଡି ସନ୍ଧି ମୁହୂର୍ତ୍ତରେ ଚଞ୍ଚକତା କରିଲେ ପ୍ରଶୟ ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ ସଭାନେତ୍ରୀ ପ୍ରତିମା କୁମାରୀ ଦେବୀ, ସମ୍ପାଦିକା ଏସ.ଉଶାରାଣୀ ଦୋରା, ଜି.ଇନ୍ଦ୍ରାଣୀ ଦୋରା ପ୍ରମୁଖ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here