ଓଡ଼ିଶା ମୋଟର ଚାଳକ ସଂଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ କୁ ଦାବିପତ୍ର ପ୍ରଦାନ

0
518

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ସାରାବିଶ୍ୱ ରେ ମହାମାରୀ କରୋନା ର କାୟା ବିସ୍ତାର କରିଥିବା ରୁ ସମସ୍ତ ଜନସାଧାରଣ ଙ୍କ ସୁରକ୍ଷା ନିମନ୍ତେ ସରକାରଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ୍ କଡାକଡ଼ି ଭାବେ ପାଳନ କରାଯାଉଥିବାରୁ ରାସ୍ତା ଉପରେ ଲୋକଙ୍କୁ ବସ, ଟ୍ରକ, ଅଟୋ, ଟେକ୍ସି ଭଳି ଯାନବାହାନ ସହିତ ନିଜ ନିଜର ମୋଟର ଗାଡି ନେଇ ଯିବାକୁ ମଧ୍ୟ ବାରଣ କରାଯାଇଛି । ଯାହାଫଳରେ ଭଞ୍ଜନଗର ସହର ଉପରେ ନିର୍ଭର କରି ଚଳୁଥିବା ଶତାଧିକ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ କେବଳ ସାଇକେଲ ରେ ଆସିବା ସମ୍ଭବ ନୁହଁ ଏବଂ ଶତାଧିକ ବସ, ଟ୍ରକ, ଅଟୋ, ଟେକ୍ସି ଚାଳକ ମଧ୍ୟ ନିଜ ନିଜର ରୋଜଗାର ରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସବୁ ସମସ୍ୟା ଗୁଡିକର ସମାଧାନ ସହ ପ୍ରଶାସନ ପକ୍ଷରୁ ଚାଳକ ମାନଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ତରଫରୁ ଚାଳକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଓଡ଼ିଶା ମୋଟର ଚାଳକ ସଂଘ ତରଫରୁ ଦାବି କରାଯାଇଛି । ଗଞ୍ଜାମ ଜିଲ୍ଲା ଓଡିଶା ମୋଟର ଚାଳକ ସଂଘ ଭଞ୍ଜନଗର ଶାଖା ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ବେଳେ ସେଠାରେ ଓଡିଶା ମୋଟର ଚାଳକ ସଂଘ ଭଞ୍ଜନଗର ଶାଖା ର ସଭାପତି ସୀମାଞ୍ଚଳ ବେହେରା, ଉପସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ସମ୍ପାଦକ ରଞ୍ଜନ ନାୟକ, ଉପକୋଷାଧକ୍ଷ ଅଜିତ କୁମାର ପ୍ରଧାନ ଏବଂ ବଂଶୀଧର ପଣ୍ଡା, ଚିନ୍ତାମଣି ସ୍ୱାଇଁ, ବିଶ୍ୱନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here