ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

0
332

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ପାଇଁ ଆସ୍ୱସ୍ଥି । ଆଉ ୧୦ଜଣ କରୋନା ଆକ୍ରାନ୍ତ ଭଲ ହୋଇଛନ୍ତି । ଯାହାଙ୍କର ରିପୋର୍ଟ ପରୀକ୍ଷା ପରେ ନେଗେଟିଭ୍ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୫ଜଣ ଭୁବନେଶ୍ୱରର, ୨ଜଣ ଭଦ୍ରକ, ଜଣେ ଲେଖାଏଁ କଟକ, ଯାଜପୁର ଓ ପୁରୀ ବୋଲି ସୂଚନା ମିଳିଛି । ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି । ପୂର୍ବରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୩୫ ଜଣଙ୍କ ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here