ଓଡ଼ିଶାରେ ପ୍ରଥମ ଥର ପାଇଁ ୨ ଶିଶୁ କରୋନା ଆକ୍ରାନ୍ତ

0
346

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ରାତିରେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଚାରି ଆକ୍ରାନ୍ତଙ୍କ ତଥା ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲେ ସ୍ୱାସ୍ଥ୍ୟ ବିଭାଗ । ଜଣେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡାର ହୋଇଥିବା ବେଳେ ଆଉ ୩ ଜଣ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର । ଏହି ତଥ୍ୟ ଅନୁଯାୟୀ ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ଜଣ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସହ ଜଣେ ୩୭ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଘର ଭୁବନେଶ୍ୱର ଝାରପଡ଼ାର ୪୨ ନମ୍ବର । ସେହିପରି ଜଣେ ଶିଶୁକନ୍ୟାର ବୟସ ୯ ବର୍ଷ ହୋଇଥିବା ବେଳେ ଆଉ ଜଣକର ୫ ବର୍ଷ। ଏହି ଦୁଇ ଜଣ ଶିଶୁ ହେଉଛନ୍ତି ୪୨ତମ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ଏବଂ ଗତ ୮ ତାରିଖରେ ୪୨ତମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କୁ କିମ୍ସ ଭୋକିଡ୍ ହସ୍ପିଟାଲରେ ଆଇସୋଲେସନ୍ରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here