ସ୍କୁଲ ଫି ଆଦାୟ ସ୍ଥଗିତ କିମ୍ବା ହ୍ରାସ କରାଯାଉ

0
376

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭୁତାଣୁ ସଂକ୍ରମଣରୁ ଦେଶକୁ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଆପ୍ରାଣ ଚେଷ୍ଟା ଚଳାଇଥିବା ବେଳେ ପିଲାଙ୍କ ପାଠପଢା ଉପରେ ମଧ୍ୟ ସରକାର ନଜର ଦେଇଛନ୍ତି । ଲକ୍ଡାଉନ୍ ଯୋଗୁ ଲୋକେ ଘରୁ ବାହାରୁ ନାହାନ୍ତି ଏବଂଦୋକାନ, ବଜାର, କଳକାରଖାନା ଆଦି ବନ୍ଦ ରହିଥିବାରୁ ଏହାର ସିଧା ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଛି । ଏଭଳି ପରିସ୍ଥିତିରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ଫିକୁ ହ୍ରାସ କିମ୍ବା ସ୍ଥଗିତ ରଖିବାକୁ ରାଜ୍ୟ ସରକାର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ ଯୋଗେ କୁହାଯାଇଛି । ଲକ୍ଡାଉନ୍ ଅଭିଭାବକଙ୍କ ଆୟ ଉପରେ ପ୍ରଭାବ ପକାଇଛି । ରାଜ୍ୟରେ ୨୧ ଦିନିଆ ଲକଡାଉନ ସମୟସୀମା ଏପ୍ରିଲ ୧୪ରେ ସରୁଥିବାବେଳେ ରାଜ୍ୟ ସରକାର ଏହାର ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here