ଭୁବନେଶ୍ୱରରେ ପହଞ୍ଚିଲା କୋଭିଡ୍-୧୯ ଟେଷ୍ଟିଂ କିଟ୍

0
361

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କର୍ତ୍ତବ୍ୟନିଷ୍ଠଭାବେ ଲାଗି ପଡ଼ିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ କରୋନା ନମୁନା ପରୀକ୍ଷା ପାଇଁ ଅଧିକ ସଂଖ୍ୟକ କୋଭିଡ୍ -୧୯ ଟେଷ୍ଟ କିଟ୍ର ଆବଶ୍ୟକତା ଥିଲା। ସେହି ଅନୁସାରେ ୪୦୦୦ ଟେଷ୍ଟିଂ କିଟ୍ ଭୁବନେଶ୍ୱରରେ ଆସି ପହଞ୍ଚିଛି। ଏକ ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେସ୍ଥିତ ମାଇ ଲାବୋରେଟୋରୀରୁ ଏହି କିଟ୍ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ। କୋଭିଡ୍-୧୯ ଟେଷ୍ଟିଂ କିଟ୍ ସହ RNA ଏକ୍ସଟ୍ରାକ୍ସନ କିଟ୍, ପର୍ସନାଲ ପ୍ରୋଟେକ୍ଟିଭ ଇକୁପମେଣ୍ଟସ୍ PPE ଓ ଭିଟିଏମ୍ ଭଳି ଅନେକ ସାମଗ୍ରୀ ଆସି ପହଞ୍ଚିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ଉଦ୍ୟମରୁ ଏହି ସମସ୍ତ କିଟ୍ ଆସି ଠିକ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିପାରିଛି।

LEAVE A REPLY

Please enter your comment!
Please enter your name here