କଳାହାଣ୍ଡିରେ ଦ୍ୱିତୀୟ ପଜିଟିଭ

0
330

କଳାହାଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗୋଟିଏ ଦିନରେ ୬ ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିଥିବା ବେଳେ ଜଣେ ପଜେଟିଭ କଳାହାଣ୍ଡିର ବୋଲି ଜଣାପଡ଼ିଛି । ଫଳରେ କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଦୁଇରେ ପହଞ୍ଚିଛି । ତାଙ୍କର ବିଦେଶ କି ରାଜ୍ୟ ବାହାରକୁ ଯିବାର ହିଷ୍ଟ୍ରି ନଥିଲା କିନ୍ତୁ ଗୋଟିଏ ଭୁଲ ଥିଲା ଯେ ସେ ଲକଡାଉନ ନିୟମ ଉଲଂଘନ କରି ପ୍ରଥମ ଆକ୍ରାନ୍ତଙ୍କ ସହ କ୍ରିକେଟ ଖେଳି ତାଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ନମୁନା ପରୀକ୍ଷା ପରେ ପଜିଟିଭ୍ ଆସିଥିବା ଜଣାପଡିଛି । ପଜେଟିଭ ଆସିବା ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସପିଟାଲ ଆଇସୋଲେସନରେ ରଖାଯିବା ସହ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ ।

LEAVE A REPLY

Please enter your comment!
Please enter your name here