ଲାଲସିଂ ହେଲପିଙ୍ଗ ହ୍ୟାଣ୍ଡ ଗ୍ରୁପ ପକ୍ଷରୁ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ବଣ୍ଟନ

0
435

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା / ନିଲୁ ବିଶୋଇ) : କୋରନା ଭୂତାଣୁ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅନେକ ଲୋକ ଲକ୍ ଡାଉନ ପରଠୁ ବିଭିନ୍ନ ପ୍ରକାରର ଅସୁବିଧା ର ସମୁଖୀନ ହୋଉଛନ୍ତି ବିଶେଷ କରି ଗରିବ ଅସହାୟ ଲୋକ ମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ଅପରପକ୍ଷରେ ଏଭଳି ସ୍ଥିତିରେ ଭଞ୍ଜନଗର ଉପକଣ୍ଠ ର ଲାଲସିଂ ଗ୍ରାମର ହେଲପିଙ୍ଗ ହ୍ୟାଣ୍ଡ ଗ୍ରୁପ ପକ୍ଷରୁ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଗ୍ରୁପର ୪ଜଣ ସଦସ୍ୟ କିରନ ବିଷୋୟୀ , ଆଶିଷ ପ୍ରଧାନ, ଟିଲୁ ବାହାଦୂର ଥାପା, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ନିଜ ଖର୍ଚ୍ଚ ରେ ପ୍ରତିଦିନ ରୋଷେଇ କରି ସହରର ବିଭିନ୍ନ ସ୍ଥାନରେ ରହୁଥିବା ଗରିବ ଲୋକଙ୍କୁ ନିଜେ ଉପସ୍ଥିତ ରହି ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି ଓ ଯେଉଁ ସବୁ ଖାଦ୍ୟ ବଳି ଯାଉଛି ତାହାକୁ ଏନ.ଏ. ସି କର୍ତ୍ତୃପକ୍ଷ ପକ୍ଷ କୁ ହସ୍ତାନ୍ତର କରିଦେଉଛନ୍ତି । ତତ୍ ସହ ଲୋକ ମାନଙ୍କ ସ୍ୱାସ୍ଥ୍ୟ ବସ୍ତା ପଚାରିବୁଝୁଛନ୍ତି ଏବଂ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ସେମାନଙ୍କୁ ମେଡିକାଲ ଆଣି ଚିକିତ୍ସା ମଧ୍ୟ କରାଉଛନ୍ତି । କ୍ଲବ ର ସମସ୍ତ କାଯ୍ୟ କୁ ଏହି ୪ ଜଣ ଯୁବକ ହିଁ ପରିଚାଳନା କରୁଛନ୍ତି । କ୍ଲବ ର ଏଭଳି ମହାନ କଯ୍ୟକୁ ସମସ୍ତ ଵର୍ଗ ର ଲୋକ ମାନେ ପ୍ରଶଂସା କରୁଛନ୍ତି

LEAVE A REPLY

Please enter your comment!
Please enter your name here