ଗ୍ରାହକଙ୍କୁ ମାସ୍କ ଦେଇ ସଚେତନ କଲେ ବ୍ୟାଙ୍କ କର୍ମଚାରୀ

0
369

କୁକୁଡାଖଣ୍ଡି (ନ୍ୟୁଜଏକ୍ସଟ୍ରା/ଉମ ଶଙ୍କର ପାଣିଗ୍ରାହୀ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଗ୍ରାହକ ମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି I ଏବଂ ବ୍ୟାଙ୍କ ସମୁଖରେ ଗ୍ରାହକ ମାନେ ଭିତରକୁ ଯିବା ପୂର୍ବରୁ ହେଣ୍ଡ ୱାସ ଦ୍ୱାରା ହାତ ଧୋଇବା ସହ ସାନିଟାଇଯେର ସଫା କରିବା ପାଇଁ ବ୍ୟବସ୍ଥା କରାଯାଇଛି I ଅନ୍ୟପକ୍ଷରେ ଆଙ୍କୁଶପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସଦରଥାନା ଅଧିକାରିଣୀ ସନ୍ତୋଷିନୀ ଓରାମଙ୍କୁ ଜନସାଧାରଣଙ୍କ ବ୍ୟବହାର ଏବଂ କୋରାନା ମୁକାବିଲା ପାଇଁ ମାସ୍କ ଦିଆଯାଇଥିଲା I ଗୋଟିଏ ପଟେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା କରାଯାଉଥିବାବେଳେ, କୁକୁଡାଖଣ୍ଡି ଆଇଓବି ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ସରକାରୀ ନିୟମ ମାନୁନଥିବାରୁ ବାର ହଜାର ଟଙ୍କା ତଣ୍ଡ ଗଣିଥିବା ଦେଖିବାକୁ ମିଳିଛି I ଏହି କାର୍ଯ୍ୟାକ୍ରମରେ ଷ୍ଟେଟ ବ୍ୟାଙ୍କ ପାଖରୁ ବାଲିପଡ଼ା ଶାଖା ପ୍ରବନ୍ଧକ ପ୍ରମୋଦ କୁମାର ବେହେରା,ଆଙ୍କୁଶପୁର ପ୍ରବନ୍ଧକ ପ୍ରତୀକ ମହାନ୍ତି, କେସିଆର ଗଙ୍ଗାଧର ମଣ୍ଡଳ ଏବଂ ସମାଜସେବୀ ବିକ୍ରମ କୁମାର ଜେନାଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here