ହିତାଧିକାରୀ ତାଲିକାରେ ନଥିବା ଶତାଧିକ ମହିଳାଙ୍କ ଏନ ଏ ସି କାର୍ଯ୍ୟାଳୟ ପରିସର ମଧ୍ୟରେ ଧାରଣା

0
340

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା / ପ୍ରଦୀପ୍ତ କୁମାର ସାହୁ) : କରୋନା ମୁକାବିଲା ପାଇଁ ସାରା ବିଶ୍ବ ସଂଘର୍ଷ କରୁଥିବା ବେଳେ ସେଥିରୁ ବାଦ ପଡିନି ଆମ ରାଜ୍ୟ ଓ ଦେଶ । ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇ ଥିବା ବେଳେ ସାମାଜିକ ଦୂରତ୍ବ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଜନସାଧାରଣଙ୍କୁ ବିନା କାରଣରେ ବାହାରକୁ ନଯାଇ ଘରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରାସନ କାର୍ଡ଼ ରେ ନାମ ଥିବା ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ଜୀବିକା ନିର୍ବାହ ପାଇଁ ଚାଉଳ, ଗହମ ତିନି ମାସ ପାଇଁ ସରକାର ଦେଉଥିବା ବେଳେ ଅନେକ ଗରୀବ ଲୋକ ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ ଯୋଗ୍ୟ ଥିବା ବେଳେ ସେମାନଙ୍କୁ ଏହି ତାଲିକା ଭୁକ୍ତ କରାଯାଇନାହିଁ । ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଫାସୁଳା ଓ ତୋଟାଗାଁ ଗ୍ରାମର ତାଲିକା ଭୁକ୍ତ ନଥିବା ଶତାଧିକ ମହିଳା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଧାରଣାରେ ବସିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କୁ ନିଜର ଦାବି ଜଣାଇଛନ୍ତି । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ବିଡ଼ିଓ ନବକୃଷ୍ଣ ଜେନା ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ମହିଳା ମାନେ ଧାରଣାରୁ ହଟିଯାଇଥିଲେ । ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ମିଳୁଥିବା ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଦାବୀ ହେଉଥିବା ବେଳେ ଧନୀ ଲୋକ ମାନଙ୍କର ଅଭାବ ନଥିବା ବେଳେ ଗରୀବ ଲୋକଙ୍କୁ ସରକାରୀ ସ୍ତରରେ ବିଭିନ୍ନ ସହଯୋଗ ମିଳୁଛି କିନ୍ତୁ ମଧ୍ୟବିତ ଶ୍ରେଣୀର ଲୋକ କୌଣସି ସରକାରୀ ସୁବିଧା ମିଳୁନଥିବା ସାଧାରଣରେ ବଡ଼ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here