ନାବାଳିକା ବାହାଘର ବନ୍ଦ କଲେ ବେଗୁନିଆପଡା ବ୍ଲକ ସିଡିପିଓ

0
326

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କନିଆରୀବାଡ଼ି ଗ୍ରାମରେ ଜଣେ ନାବାଳିକା ବାହାଘର ଖବର ପାଇ ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ତୁରନ୍ତ ପଦକ୍ଷେପ ନେବା ସ୍ୱରୂପ ନାବାଳିକା ଝିଅର ବାହାଘର ଚୁକ୍ତିନାମା ଅନୁଯାୟୀ ବନ୍ଦ ରଖିଥିଲେ | ଝିଅ ର ମା’ ଙ୍କ କହିବାନୁସାରେ ଅଜାଣତରେ ଝିଅର ବାହାଘର ଠିକ ହୋଇଯାଇଥିଲା | ବର୍ତ୍ତମାନ ଝିଅ ର ବୟସ 16ବର୍ଷ | ଅପାଠୁଆ ହେତୁ ଜାଣି ନ ପାରି ବାହାଘର ରେ ରାଜି ହୋଇଯାଇଥିଲେ | ବୁରୁଝରୀ ପଞ୍ଚାୟତ ସମିତି ସଭ୍ୟ ବିନାୟକ ନାୟକ,ସିଡିପିଓ ସନ୍ଧ୍ୟା ରାଣୀ ପାଣିଗ୍ରାହୀ,ସୁପରଭାଇଜର, ପୋଲିସ ପ୍ରଶାସନ ଓ କନିଆରୀବାଡ଼ି ଗ୍ରାମବାସୀଙ୍କ ଉପସ୍ଥିତି ରେ ବର ଓ କନ୍ୟା ଘର ପକ୍ଷରୁ ଚୁକ୍ତିନାମା ହୋଇଥିଲା | ଝିଅ କୁ 18 ବର୍ଷ ବୟସ ହେଲେ ସେ ଶାଶୁ ଘରକୁ ଫେରିବା ସହିତ ଏଥିରେ ଖିଲାପ କଲେ ବାଲ୍ୟବିବାହ ଆଇନ ଅନୁଯାୟୀ ଦଣ୍ଡନୀୟ ହେବା ନେଇ ଉଭୟ ପକ୍ଷରୁ ଦସ୍ତଖତ ସମ୍ବଳିତ ଚୁକ୍ତିନାମା ଗ୍ରହଣ କରାଯାଇଛି |

LEAVE A REPLY

Please enter your comment!
Please enter your name here