ସ୍ଵାମୀଙ୍କୁ ଧୋକ୍କା ଦେଉଛନ୍ତି୧୦ଜଣରୁ ୭ଜଣ ଭାରତୀୟ ମହିଳା

0
706

ନୂଆଦିଲ୍ଲୀ :୨୧/୦୭ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଭାରତରେ ୧୦ ଜଣରୁ ୭ଜଣ ମହିଳା ବିଭିନ୍ନ କାରଣରୁ ସେମାନଙ୍କ ସ୍ଵାମୀଙ୍କୁ ଧୋକ୍କା ଦେଇଥାନ୍ତି । ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ଓ ବେଙ୍ଗାଲୁରୁ ଆଦି ସହରରେ ଏହି ସଂଖ୍ୟା ଅଧିକ। ଏକ ସାମାଜିକ ସଂଗଠନ ଓ ମ୍ୟାନେଜମେଣ୍ଟ କଲେଜ ତରଫରୁ ହୋଇଥିବା ସର୍ଭେରୁ ଏହା ଜଣାପଡିଛି। ମୁଖ୍ୟତଃ ପରିବର୍ତ୍ତିତ ଜୀବନଶୈଳୀ ଓ ମହିଳାମାନେ ଅଧିକ ସ୍ଵାଧୀନ ଚେତା ହେବା ଏଭଳି ପରିସ୍ଥିତି ପାଇଁ ଦାୟୀ ବୋଲି ସର୍ଭେରେ କୁହାଯାଇଛି । ଉକ୍ତ ସଂସ୍ଥା କରିଥିବା ପାଖାପାଖି ୧୦ହଜାର ମହିଳାଙ୍କ ସାମ୍ପୁଲ ସର୍ଭେରୁ ଏହି ତଥ୍ୟା ଦର୍ଶାଇଛି। ପ୍ରେମବିବାହ ବା ପ୍ରସ୍ତାବିତ ବିବାହ ଉଭୟ କ୍ଷେତ୍ରରେ ସମାନ ପରିସ୍ଥିତି ବୋଲି ଜଣାପଡିଛି । ସର୍ଭେରେ ସାମିଲ ହୋଇଥିବା ୧୦ହଜାର ମଧ୍ୟରୁ ୪୯୩୮ ଜଣ ପ୍ରେମ ବିବାହ କରିଥିବା ମହିଳାଙ୍କ ମତାମତ ଆଧାରରେ ଏହି ନିଷ୍କର୍ସ ପ୍ରକାଶ ପାଇଛି । ସ୍ଵାମୀଙ୍କୁ ଧୋକ୍କା ଦେବାର କାରଣ ଗୁଡିକ ହେଲା- ୧. ଘର କାମରେ ସ୍ବାମୀ ସହଯୋଗ ନକରିବା । ୨. ଘର ବାହାରେ ସ୍ଵାମୀଙ୍କର ଗୋପନୀୟ ସଂପର୍କ ରହିବା ସନ୍ଦେହ।
୩. କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସ୍ତ୍ରୀକୁ ସ୍ଵାମୀ ସମୟ ନଦେବା ।
୪.ସ୍ତ୍ରୀଠାରୁ ମାସମାସ ଧରି ସ୍ଵାମୀ ନିଜ କାର୍ଯ୍ୟସ୍ଥଳରେ ଏକାକୀ ରହିବା।
୫.ସ୍ଵାମୀଙ୍କ ଭିତରେ ସ୍ତ୍ରୀ ନିଜ ପରିକଳ୍ପିତ ମନର ମଣିଷର କୌଣସି ଗୁଣ ନପାଇବା ୬. ସ୍ତ୍ରୀ ଅନ୍ୟ କୁଃସଙ୍ଗ ଦ୍ଵାରା ପ୍ରଭାବିତ ହେବା।
୭. ନିଃସନ୍ତାନ ରହିବା ଏବଂ ସ୍ଵାମୀ ଅତ୍ୟଧିକ ମଦ୍ୟପାନ କରି ଶାରିରୀକ ନିର୍ଯ୍ୟାତନା ଦେବା ।
୮. ଗୁରୁତ୍ବପୂର୍ଣ୍ଣ ପାରିବାରିକ ନିଷ୍ପତ୍ତିରେ ସ୍ତ୍ରୀକୁ ସାମିଲ ନକରିବା ।
୯. ହୀନମନ୍ୟତାବୋଧ ଓ ସ୍ତ୍ରୀ ନିଜକୁ ଅସୁରକ୍ଷିତ ମଣିବା ।
୧୦. ସହବାସ ସୁଖର ଅଭାବ।
ସର୍ଭେ ଅନୁସାରେ କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଧୋକ୍କାଦେବା ହାର ଅଧିକ। ଅପରପକ୍ଷରେ ସଂପୃକ୍ତ ମହିଳାଙ୍କ ସ୍ଵାମୀଙ୍କ ଠାରୁ ନିଆଯାଇଥିବା ମତାମତରୁ ଜଣାପଡିଛି ଯେ ପାଖାପାଖି ୩୦ପ୍ରତିଶତ ପୁରୁଷ ନିଜ ସ୍ତ୍ରୀର ଧୋକା ସଂପର୍କରେ ଜ୍ଞାତ ଥିଲେ ମଧ୍ୟ ଲୋକଲଜ୍ଜା ଓ ଅନ୍ୟାନ୍ୟ କାରଣରୁ ସାଲିସ କରିବା ପାଇଁ ବାଧ୍ୟ ହୋଇଥାନ୍ତି। ସର୍ଭେରେ ଆହୁରି କୁହାଯାଇଛି ଯେ, ନିଜ ପାର୍ଟନରଙ୍କୁ ଧୋକ୍କାଦେବା କ୍ଷେତ୍ରରେ ମହିଳାଙ୍କଠାରୁ ପୁରୁଷମାନେ ବି ଆଗୁଆ ଥିବାରୁ ସାମାଜିକ ସ୍ଥିତି ବିଗୁଡୁଛି ବୋଲି ସର୍ଭେରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here