ଅମାନିଆ ବାଇକ ଚାଳକଙ୍କ ଠାରୁ ଜରିମନା ଅସୁଲ

0
362

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଲକ ଡାଉନକୁ ଭୂକ୍ଷେପ ନକରି ବାଇକରେ ଏଣେତେଣେ ବୁଲୁଥିବା କିଛି ଚାଳକଙ୍କ ଠାରୁ ଜରିମନା ଆଦାୟ କରିଛି ଗଞ୍ଜାମ ଜିଲ୍ଲା କୋଦଳା ପୁଲିସ l ସୋମବାର ଦିନ ବିନା କାରଣରେ ଏମାନେ ନିୟମ ଉଲଂଘନ କରି କୋଦଳା ବଜାରରେ ବୁଲୁଥିବା ପୁଲିସ ନଜରକୁ ଆସିଥିଲେ l ପ୍ରାୟ ଏଗାର ଜଣ ଚାଳକଙ୍କ ଠାରୁ ପାଞ୍ଚ ହାଜର ପାଞ୍ଚ ଶହ ଟଙ୍କା ଜରିମନା ଆଦାୟ ସହିତ ତାଗିତ କରାଯାଇଥିବା ଏସଆଇ ଅନିଲ କୁମାର ସାହୁ ପ୍ରକାଶ କରିଛନ୍ତି l ଆଗକୁ ଯଦି ଏମିତି ଜାରିରହେ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଅବଲମ୍ବନ କରାଯିବ ବୋଲି କୋଦଳା ପୋଲିସ ପକ୍ଷରୁ କୁହାଯାଇଛି l

LEAVE A REPLY

Please enter your comment!
Please enter your name here