ଦୀପ ଜାଳି ଜନତା ଏକତାର ବାର୍ତ୍ତା ଦେଲେ ଜଗନ୍ନାଥପ୍ରସାଦ ଜନସାଧାରଣ

0
481

ଜଗନ୍ନାଥପ୍ରସାଦ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା (କୋଭିଡି -19 )ରୋଗକୁ ନେଇ ସାରା ବିଶ୍ୱ ଆଜି ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାର କିଭଳି ଉଚିତ ମୁକାବିଲା କରାଯାଇପାରିବ ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।ଆମେ ଭାରତୀୟ ସମସ୍ତେ ଏକାଠି ହୋଇ କିଭଳି ଏହି ମାରାତ୍ମକ ରୋଗର ପ୍ରତିରୋଧ କରିବା ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ନିଜ ନିଜ ଘରେ ରହି ରବିବାର ରାତି ୯ଟା ସମୟରେ ୯ମିନିଟ ପାଇଁ ଘରର ସମସ୍ତ ଲାଇଟ ଲିଭାଇ କେବଳ ଦୀପ, ମହମବତୀ, ଟର୍ଚ୍ଚ ଓ ଫ୍ଲାଶ ଲାଇଟ ଜଳେଇବାକୁ ନିବେଦନ କରିଥିଲେ।ଏହାର ଉଦ୍ଦେଶ୍ୟ ଥିଲା ଆମେ ସମସ୍ତେ ଏକ ଏବଂ ଏଭଳି ପରିସ୍ଥିତିରେ ଆମେ ଏକତ୍ରିତ ହୋଇ କରୋନା ର ମୁକାବିଲା କରିବା ପାଇଁ ସଂକଳ୍ପବଦ୍ଧ ବୋଲି ବିଶ୍ୱବାସୀଙ୍କୁ ଜଣେଇବା। ତେଣୁ ଏହି ବାର୍ତ୍ତା କୁ ସଚେତନ ତା ଜଣାଇ ଅଞ୍ଚଳର ଲୋକମାନେ ଘରେ ଦୀପ,ମହମବତୀ ଓ ଟର୍ଚ୍ଚ ଆଦି ଜଳେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ସନମାନ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here